କଂଗ୍ରେସରେ ମିଶିଲେ ପ୍ୟାରୀଙ୍କ ଝିଅ ଡଃ ସିକ୍ତା ପତି

କଂଗ୍ରେସରେ ମିଶିଲେ ପ୍ୟାରୀଙ୍କ ଝିଅ ଡଃ ସିକ୍ତା ପତି

କଂଗ୍ରେସରେ ମିଶିଲେ ପ୍ୟାରୀଙ୍କ ଝିଅ ଡଃ ସିକ୍ତା ପତି

ଭୁବନେଶ୍ୱର: ପୂର୍ବତନ ବିଜେଡି ସାଂସଦ ଦିଂବଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡଃ ସିକ୍ତା ପତି  ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ଗତ ୨୦୧୯ ଡିସେମ୍ବର ମାସରେ ବିଜେଡିରେ ସାମିଲ ହୋଇଥିଲେ । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ସିକ୍ତାଙ୍କ ଓ ଅନ୍ୟମାନେ ଯୋଗ ଦେବା କଂଗ୍ରେସ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ସମ୍ଭାବନା ସୃଷ୍ଟି କରିଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ପ୍ୟାରୀଙ୍କ ଝିଅ ସିକ୍ତା ପତି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଚେଲ୍ଲାକୁମାର ଓ ଶରତ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ସ୍ୱାଗତ କରିଥିଲେ ।
ଏହି ମିଶ୍ରଣ କାର୍ୟ୍ୟକ୍ରମରେ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିିଆ, ବିଭୂତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପ୍ୟାରୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସିକ୍ତା ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଗତ କିଛିଦିନର ନିରବତା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।