ଏମିତି ପ୍ରସ୍ତୁତ କରନ୍ତୁ ଖେଚୁଡ଼ି, ଲାଗିବ ସ୍ବାଦିଷ୍ଟ
ଏମିତି ପ୍ରସ୍ତୁତ କରନ୍ତୁ ଖେଚୁଡ଼ି, ଲାଗିବ ସ୍ବାଦିଷ୍ଟ
ଏବେ ଚାଲିଛି କାର୍ତ୍ତିକ ମାସ, ଆସୁଛି ବଡ଼ ଓଷା ଏବଂ ପଞ୍ଚୁକ। ଏହି ସମୟରେ ସାତ୍ତ୍ବିକ ଖାଦ୍ୟକୁ ସମସ୍ତେ ପସନ୍ଦ କରନ୍ତି। ଆଉ ଖେଚୁଡ଼ି ହେଉଛି ସମସ୍ତଙ୍କ ସର୍ବୋତ୍ତମ ପସନ୍ଦର ଖାଦ୍ୟ। ଖେଚୁଡି ମଧ୍ୟ ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ। ଏଥିରେ ଅନେକ ପରିମାଣରେ ପୋଷଣ ଭରି ରହିଛି। ଏହା ସବୁ ବୟସ ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । ଲୋକେ ଭିନ୍ନଭିନ୍ନ ଉପାୟରେ ଖେଚେଡି ବନାଇଥାନ୍ତି । କିନ୍ତୁ ଆଜି ଯେଉଁ ଖେଚୁଡି ବିଷୟରେ ପଢିବେ, ଏହା ସବୁଠାରୁ ଭିନ୍ନ ଓ ସୁଆଦିଆ ଲାଗିଥାଏ ।
ଏହି ଖେଚୁଡି ବନେଇବା ପାଇଁ ପ୍ରଥମେ କିଛି ଅରୁଆ ଚାଉଳ, ଅଳ୍ପ ମୁଗ ଡାଲି, ଅଦା ଛେଚା, ନିଜ ପସନ୍ଦର ପରିବା, ଗୋଟେ ଅନ୍ନପୂର୍ଣ୍ଣା ପତ୍ର ଓ ତେଜପତ୍ର, ଗୋଟେ ଗୁଜୁରାତି, ଡାଲଚିନିଗୁଣ୍ଡ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଜିରା, ଚିନି, କିଛି ଘିଅ ଓ ନଡିଆ କୋରା ନିଅନ୍ତୁ ।
ପ୍ରସ୍ତୁତି: ପ୍ରଥମେ ନିଆଁରେ କଡେଇ ବସାଇ, ସେଥିରେ ଅଳ୍ପ ତେଲ ପକାନ୍ତୁ (ଆପଣ ଚାହିଁଲେ ଘିଅ ବ୍ୟବହାର କରିପାରିବେ), ଏହାପରେ ଜିରା ଫୁଟାନ୍ତୁ ଓ ଛେଚା ଅଦା ଓ ଗୁଜୁରାତି ପକାନ୍ତୁ, ପରେ ସବୁ ପରିବା ପକାନ୍ତୁ ଓ ପରିବାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ପକାଇ ଟିକେ ସମୟ ଭାଜନ୍ତୁ । ଏହାପରେ ଅନ୍ନପୂର୍ଣ୍ଣାପତ୍ର, ତେଜପତ୍ର, ଚାଉଳ ଓ ଡାଲିକୁ ଭଲ ଭାବେ ଧୋଇ ସେଥିରେ ପକାନ୍ତୁ ଓ ଚାଉଳର ମାପ ଅନୁସାରେ ପାଣି ଦେଇ କିଛି ସମୟ ଘୋଡେଇ ଛାଡିଦିଅନ୍ତୁ । ଚାଉଳ ଭଲ ଭାବେ ସିଝି ଗଲା ପରେ ଡାଲଚିନି ଗୁଣ୍ଡ, ଚିନି, ନଡିଆ କୋରା ଓ ଘିଅ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ଖେଚୁଡି। ଆପଣ ଚାହିଁଲେ ଏହାକୁ ପ୍ରେସର କୁକରରେ ମଧ୍ୟ କରିପାରିବେ ।




admin 