ଏମିତି ଦେଶ ଯେଉଁଠି ମଶା ନାହାନ୍ତି
ଏମିତି ଦେଶ ଯେଉଁଠି ମଶା ନାହାନ୍ତି
ସାରା ବିଶ୍ୱରେ ପ୍ରତି ବର୍ଷ ୧୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ମଶାକାବୁଡିବା ଯୋଗୁ ହେଉଥିବା ରୋଗ କାରଣରୁ ହୋଇଥାଏ । ସାରା ବିଶ୍ୱରେ ଥିବା ମଶାଙ୍କର ପ୍ରାୟ ୩ ହଜାର ପ୍ରଜାତିର ଅନ୍ୟ କୌଣସି ପ୍ରାଣୀ ଅପେକ୍ଷା ଅଧିକ ରୋଗ ପ୍ରସାରଣ କରିଥାନ୍ତି । ଆମ ଦେଶରେ ମ୍ୟାଲେରିଆ, ଡେଙ୍ଗୁ ଭଳି ମଶା ଦ୍ୱାରା ହେଉଥିବା ଗୋଗ ପ୍ରତିବର୍ଷ ହଜାର ହଜାର ଲୋକମାନଙ୍କର ଜୀବନ ନେଉଛି । ତେବେ ଜାଣିଆଶ୍ଚର୍ଯ୍ୟ ହେବେ ଯେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା ଆଇସଲ୍ୟାଣ୍ଡରେ ବିଲକୁଲ ମଶା ନାହାନ୍ତି । ରିପୋର୍ଟ ଅନୁସାରେ ,ଆଇସଲ୍ୟାଣ୍ଡର ପାଣିପାଗ ବାରମ୍ବାର ବଦଳୁଥାଏ ।
ସେଥିଯୋଗୁ ମସାଗୁଡିକ ତାଙ୍କର ଜୀବନ କାଲ ପୂରା କରିପାରନ୍ତି ନାହିଁ । ଅନ୍ୟ କାରଣ ହେଲା ଆଇସଲ୍ୟାଣ୍ଡରେ ବହୁତ କମ୍ ତାପମାତ୍ରା ରହିଥାଏ । ଏପରିକି କାହା ବିଯୁକ୍ତ ୩୮ ଡିଗ୍ରୀ ସେଲସିୟସ ପାଏ ପହଞ୍ଚôଯାଏ । ପାଣି ବରଫ ପାଲଟିଯିବା ଫଳରେ ମଶାଙ୍କର ସ୍ୱାଭାବିକ ପ୍ରଜନନ ଅସମ୍ଭବ ହୋଇପଡେ । ଅନ୍ୟ ଏକ ରିପୋର୍ଟ ଅନୁସାରେ , ଆଇସଲ୍ୟାଣ୍ଡଡରେ ପାଣି ,ମାଟି ଓ ସ୍ୱାଭାବିକ ପରିବେଶର ରସାୟନିକ ସଂରଚନା ମଶାଙ୍କୁ ବଞ୍ଚôରହିବା ପାଇଁ ଅନୁକୂଳ ବାତାବରଣ ପ୍ରଦାନ କରେନାହିଁ । ତେଣୁ ସେଠାରେ ମଶାଙ୍କୁ ଦେଖିବାକୁ ମିଳେ ନାହିଁ ।




admin 