ଇଥାନଲରେ ଚାଲିବ ବାଇକ୍ ଓ ସ୍କୁଟର୍; ଆସିବ ନୂଆ ଆଇନ୍
ଇଥାନଲରେ ଚାଲିବ ବାଇକ୍ ଓ ସ୍କୁଟର୍; ଆସିବ ନୂଆ ଆଇନ୍
ନୂଆଦିଲ୍ଲୀ: ଦେଶରେ ଆଉ ପେଟ୍ରୋଲରେ ବାଇକ କିମ୍ବା ସ୍କୁଟର ଚାଲିବ ନାହିଁ । ଇଥାନଲରେ ଏସବୁ ଗାଡି ଚାଲିବ । ଏଥିପାଇଁ କେନ୍ଦ୍ର ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି । ମକା, ନଡା ଓ ଗହମରୁ ପେଟ୍ରୋଲର ବିକଳ୍ପ ଇନ୍ଧନ ପ୍ରସ୍ତୁତ କରାଯିବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକାରୀ । ଦିଲ୍ଲୀ ମୁମ୍ବାଇ ୧୩୫୦ କିମି ଦୂର ଏକ୍ସପ୍ରେସରେ ନୀରିକ୍ଷଣ କରିବା ପରେ ହରିୟାଣାରେ ସୋହନା ଓ ରାଜସ୍ଥାନର ଦୌସାରେ ସେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସେ କହିଥିଲେ ଏହି ଏକ୍ସପ୍ରେସୱେ ନିର୍ମାଣ ସରିଲେ ଦିଲ୍ଲୀ ଓ ବମ୍ବେ ମଧ୍ୟରେ ଯାତ୍ରା ଦୂରତା ୧୨ ଘଣ୍ଟା କମିବ । କେନ୍ଦ୍ର ସରକାର ଦେଶରେ ୨୨ଟି ଗ୍ରୀନ ହାଇୱେ ନିର୍ମାଣ କରୁଛନ୍ତି । କୌଣସି ପଶୁ ଏହି ହାଇୱେକୁ ଆସିପାରିବେ ନାହିଁ । ଦେଶରେ ବର୍ଷକୁ ୫ ଲକ୍ଷ ଦୁର୍ଘଟଣା ଏହି କାରଣରୁ ଘଟୁଛି ବୋଲି ସେ କହିଥିଲେ।




admin 