ଇଡିରେ ହାଜର ହେବେ କେ.ସି.ଆର.ଙ୍କ ଝିଅ କବିତା !

ଇଡିରେ ହାଜର ହେବେ କେ.ସି.ଆର.ଙ୍କ ଝିଅ କବିତା !

ନୂଆଦିଲ୍ଲୀ: ଆଜି ଇଡି. ସାମ୍ନାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତା ହାଜର ହେବେ କି ନାହିଁ ତାକୁ ନେଇ ଲାଗି ରହିଛି ସସ୍ ପେନ୍ସ । ବୁଧବାର ସଂଧ୍ୟାରେ କବିତା କିନ୍ତୁ ଦିଲ୍ଲୀରେ ପହଞ୍ଚିଛନ୍ତି ।


ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ଜେରା କରିବାକୁ ଇଡି ତାଙ୍କୁ ନୋଟିସ୍ କରିଛି। ତେବେ ୧୦ ମାର୍ଚ୍ଚରେ ମହିଳା ସଂରକ୍ଷଣ ବିଲ୍ ନେଇ ଦିଲ୍ଲୀରେ ଧାରଣା ପ୍ରଦର୍ଶନ କାର୍ୟ୍ୟକ୍ରମ ଥିବାରୁ ସେ ଇଡିକୁ ସମୟ ମାଗିଛନ୍ତି। କିନ୍ତୁ ଇଡି ପକ୍ଷରୁ ତାଙ୍କୁ ସମୟ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର.ଙ୍କ ଝିଅ କବିତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। କବିତାଙ୍କୁ ହାଇଦ୍ରାବାଦରେ ବ୍ୟବସାୟୀ ରାମଚନ୍ଦ୍ର ପିଲାଇଙ୍କ ସାମ୍ନାରେ ପଚରାଉଚରା ପାଇଁ ଡକାଯାଇଛି। ପିଲାଇଙ୍କୁ ଇ.ଡି. ସୋମବାର ଗିରଫ କରିଥିଲା ।