ଆସିଲା ପୌର ଅଧ୍ୟକ୍ଷ ସଂରକ୍ଷଣ ତାଲିକା
ଆସିଲା ପୌର ଅଧ୍ୟକ୍ଷ ସଂରକ୍ଷଣ ତାଲିକା
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ଭୋଟ। ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ୧୦୭ ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି ।
ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ମଧ୍ୟରୁ ମହିଳାଙ୍କ ପାଇଁ ୫୪ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି। ସେହପରି ଅନୁସୂଚିତ ଜାତିଙ୍କ ପାଇଁ ମୋଟ ୧୭ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଥିବାବେଳେ ସେଥିରୁ ୯ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଅନୁସୂଚିତ ଜନଜାତିଙ୍କ ପାଇଁ ମୋଟ ୮ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଥିବାବେଳେ ସେଥିରେ ୫ଟି ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ୪୦ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି, ଯେଉଁ ଆସନଗୁଡ଼ିକରେ ଯେ କୌଣସି ବର୍ଗ ବା ଜାତିର ମହିଳା ନିର୍ବାଚନ ଲଢ଼ିପାରିବେ । ମୋଟ ଉପରେ ୪୨ଟି ପୌରାଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।
ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ଜଣାଇ ପାରିବେ । ଏହାପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଗଲା କିଛିଦିନ ତଳେ ଏ ସବୁ ପୌର ପରିଷଦ ଓ ଏନଏସିର ୱାର୍ଡ ସୀମା ନିର୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ ପାଇଥିଲା ।




admin 