ଆସନ୍ତା ବର୍ଷ ଅଗଷ୍ଟରୁ ବିଏସଏନଏଲ ୫-ଜି ସେବା
ଆସନ୍ତା ବର୍ଷ ଅଗଷ୍ଟରୁ ବିଏସଏନଏଲ ୫-ଜି ସେବା
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ବିଏସଏନଏଲ ୫ଜି ଲଞ୍ଚକୁ ନେଇ ସୂଚନା ଜାରି କରିଛି। ଆସନ୍ତା ବର୍ଷ ଅଗଷ୍ଟରୁ ବିଏସଏନଏଲ ୫-ଜି ସେବା ଆରମ୍ଭ ହେବ ବୋଲି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ବିଏସଏନଏଲ ଗ୍ରାହକଙ୍କୁ ୫ଜି ସେବା ମିଳିବା ପୂର୍ବରୁ ୪ଜି ସେବା ମିଳିବ। ବିଏସଏନଏଲ ୪ଜି ଲଞ୍ଚ କରିବା ଦିଗରେ ରହିଛି। ଦେଶରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ କିଛି ସ୍ଥାନରେ ୫ଜି ସେବା ଆରମ୍ଭ କରିଛନ୍ତି। ଭୋଡାଫୋନ ଆଇଡିଆ ତରଫରୁ ୫ଜିର ଆରମ୍ଭ ନେଇ କୌଣସି ସୂଚନା ଦିଆଯାଇନାହିଁ।




admin 