ଆଲାସ୍କାରେ ଦୁଇ ବିମାନ ମୁହାଁମୁହିଁ ଧକ୍କା : ୭ ମୃତ

ଆଲାସ୍କାରେ ଦୁଇ ବିମାନ ମୁହାଁମୁହିଁ ଧକ୍କା : ୭ ମୃତ

ଆଲାସ୍କାରେ ଦୁଇ ବିମାନ ମୁହାଁମୁହିଁ ଧକ୍କା : ୭ ମୃତ
ଆଲାସ୍କା : ଆଲାସ୍କାରେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା କାରଣରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ସିନେଟର ରହିଥିବା ବେଳେ ଦୁଇ ଜଣ ପାଇଲଟ୍ ଏବଂ ୪ ଜଣ ପର୍ଯ୍ୟଟକ ରହିଛନ୍ତି । ଆଲାସ୍କାର କେନାଇ ପେନିନ୍ସୁଲା ଅଞ୍ଚଳ ସ୍ଥିତ ସୋଲ୍ଡୋଟୋନା ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଆଲାସ୍କାର ସିନେଟର ଗ୍ୟାରୀ ନପ୍ ଗୋଟିଏ ବିମାନରେ ଯାଉଥିବା ବେଳେ ଅନ୍ୟ ୪ ଜଣ ପର୍ଯ୍ୟଟକ ଅନ୍ୟ ଏକ ବିମାନରେ ଆସୁଥିଲେ । ଦୁଇ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ଘଟଣା ସ୍ଥଳରେ ପ୍ରାଣହାନି ଘଟିଥିବା ବେଳେ ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ବେଳେ ପ୍ରାଣ ହରାଇଥିଲେ । ନପ୍ଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।