ଆମେ ଲଢ଼ିବୁ, ଜିତିବୁ: ୟୁକ୍ରେନ୍

ଆମେ ଲଢ଼ିବୁ, ଜିତିବୁ: ୟୁକ୍ରେନ୍

ଆମେ ଲଢ଼ିବୁ, ଜିତିବୁ: ୟୁକ୍ରେନ୍

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁତିନ୍‌ ସୈନୃ କାର୍ୟ୍ୟାନୁଷ୍ଠାନ ନିର୍ଦେଶ ଦେବା ପରେ ୟୁକ୍ରେନ୍‌ରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଛି। ପୁତିନ ୟୁକ୍ରେନ୍‌ ସୈନ୍ୟଙ୍କୁ ଅସ୍ତ୍ର ଛାଡ଼ି ଆତ୍ମ ସମର୍ପଣ କରିବାକୁ ପରାମର୍ଶ ଦେବା ପରେ ୟୁକ୍ରେନ୍‌ ପକ୍ଷରୁ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେ ଯୁଦ୍ଧ କରିବୁ ଆଉ ଜିତିବୁ ବୋଲି ୟୁ୍‌କ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ସେହିପରି ଯୁଦ୍ଧକୁ ରୋକିବାକୁ ୟୁକ୍ରେନ୍‌ ପକ୍ଷରୁ ଅପିଲ୍‌ ମଧ୍ୟ କରାଯାଇଛି। ରୁଷ୍ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିଥିବା ୟୁକ୍ରେନ୍‌ ସ୍ବୀକାର କରିଛି। ରୁଷିଆ ସେନା ବାଲାଷ୍ଟିକ୍‌ ମିଶାଇଲେ ଆକ୍ରମଣ କରିଥିବା ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ଆକ୍ରମଣକୁ ୟୁକ୍ରେନ୍‌ ସରକାର ସ୍ବୀକାର କରିଛନ୍ତି।  ୟୁକ୍ରେନ୍‌ର କିୱି ଏୟାରପୋର୍ଟକୁ ରୁଷ ସେନା ଦଖଲ କରିଥିବା ଖବର ମିଳିଛି। ଅନ୍ୟପକ୍ଷରେ ଏହାକୁ ନେଇ ଆମେରିକା ଓ ରୁଷିଆ ଖୋଲାଖୋଲି ପରସ୍ପରକୁ ଧମକ ଦେବା ଆରମ୍ଭ କରିଛନ୍ତି। ୟୁ‌କ୍ରେନ୍‌କୁ ସହାୟତ କରୁଥିବା ଦେଶ ପରିଣାମ ଭୋଗିବେ ବୋଲି ପୁଟିନ୍‌ ଚେତାବନୀ ଦେଇଛନ୍ତି।  ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ ଆରମ୍ଭ କରି ଦେଇଛନ୍ତି।