ଆଜି ରାଜ୍ୟରେ ୭୩୦କରୋନା ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୭୩୦କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୩୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୪୨୭ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୦୩ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୦ଆକ୍ରାନ୍ତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡରୁ ୩୭, ଭଦ୍ରକରୁ ୩, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୩, କଟକରୁ ୧୮, ଦେବଗଡରୁ ୬, ଗଜପତିରୁ ୬, ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୯୬, କୋରାପୁଟରୁ ୯, ମୟୁରଭଂଜରୁ ୫୯, ନୟାଗଡରୁ ୧୩, ନବରଙ୍ଗପୁରରୁ ୨୫, ନୂଆପଡାରୁ ୧୫, ପୁରୀରୁ ୩, ରାୟଗଡାରୁ ୨୮, ସମ୍ବଲପୁରରୁ ୮୮, ସୋନପୁରରୁ ୧୨, ସୁନ୍ଦରଗଡରୁ ୧୫୭ ଓ ରାଜ୍ୟପୁଲରୁ ୨୦ଜଣ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୧୮ହଜାର ୮୭୫ଜଣକୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୮୮୨ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୩ଲକ୍ଷ ୩ହଜାର ୮୨୩ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୫ହଜାର ୮୫୧ ।




admin 