ଆଜିଠାରୁ ଭାରତ-ୱେଷ୍ଟିଣ୍ଡିଜ୍‌ ଟି-୨୦ ସିରିଜ୍

ଆଜିଠାରୁ ଭାରତ-ୱେଷ୍ଟିଣ୍ଡିଜ୍‌ ଟି-୨୦ ସିରିଜ୍

ଆଜିଠାରୁ ଭାରତ-ୱେଷ୍ଟିଣ୍ଡିଜ୍‌ ଟି-୨୦ ସିରିଜ୍

କୋଲକାତା : ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଓ ୱେଷ୍ଟିଣ୍ଡିଜ୍‌ ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ଟି-୨୦ କ୍ରିକେଟ୍‌ ସିରିଜ। କୋଲକାତାରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପରସ୍ପରକୁ ୩ଟି ମ୍ୟାଚ୍‌ରେ ଭେଟିବେ।  ଆସନ୍ତା ବିଶ୍ବକପ୍‌ ପୂର୍ବରୁ ଏହା ଭଲ ପ୍ରସ୍ତୁତି ହେବ ବୋଲି ମତପ୍ରକାଶ ପାଇଛି। ଏହି ସିରିଜ୍ରେ ସମସ୍ତଙ୍କ ନଜର ରହିବ। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ବୁଧବାର ଇଣ୍ଡିଜ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଅଧିନାୟକ ରୋହିତଙ୍କ ସହ ଋତୁରାଜ ଗାଏକ୍ବାଡ୍ କିମ୍ବା ଈଶାନ କିଶନଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବେ। ମଧ୍ୟକ୍ରମରେ ସୂର୍ୟକୁମାର ଯାଦବ ଏବଂ ଶ୍ରେୟସ୍ ଆୟର ଏକାଠି ଖେଳିବାର ସୁଯୋଗ ବି ରହିବ। ନିମ୍ନକ୍ରମରେ ଦୀପକ ଚହର, ଶାର୍ଦୁଳ ଠାକୁର ଓ ହର୍ଷଲ ପଟେଲ ଭଲ ବୋଲିଂ ସହ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି। ଦିନିକିଆ ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ୟୁଜବେନ୍ଦ୍ର ଚହଲ ରୋହିତଙ୍କ ପ୍ରଥମ ପସନ୍ଦର ସ୍ପିନର ହେବେ। ୱାସିଂଟନ୍ ସୁନ୍ଦର ଆହତ ହୋଇ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନ କିଏ ନେବ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କଚଟୀ ସ୍ପିନର କୁଲଦୀପ ଯାଦବ କିମ୍ବା ରାଜସ୍ଥାନ ସ୍ପିନର ରବି ବିଷ୍ଣୋଇ ତାଙ୍କ ବିଳଳ୍ପ ହୋଇପାରିବେ। 

ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିଥିବା ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ରେ ତାର ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଛୋଟ ଫର୍ମାଟ୍ ମଧ୍ୟ ଏହି ଦଳକୁ ପୂରା ସୁହାଇବ। ଭାରତ ଆସିବା ପୂର୍ବରୁ ଖେଳିଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମଧ୍ୟ ରୋମାଞ୍ଚକର ଭାବେ ୩-୨ରେ ଜିତିଥିଲା ଇଣ୍ଡିଜ୍। ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ଖେଳିପାରି ନଥିବା ଅଧିନାୟକ କିରଣ ପୋଲାର୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫେରିବାର ଶତପ୍ରତିଶତ ସମ୍ଭାବନା ଥିବାରୁ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।