ଆଖିରେ ଟାଟୁ କରି ଫୁଠିଗଲା ଦୁଇ ଆଖି

ଆଖିରେ ଟାଟୁ କରି ଫୁଠିଗଲା ଦୁଇ ଆଖି

ଆଖିରେ ଟାଟୁ କରି ଫୁଠିଗଲା ଦୁଇ ଆଖି

ଆଜିକାଲି ଶରୀରରେ ଚିତା କୁଟାଇବା ଯୁବପିଢ଼ିମାନଙ୍କର ଏକ ସଉକ ପାଲଟିଛି । ଏହା ଅବଶ୍ୟ ଏକ ପ୍ରାଚୀନ ପରମ୍ପରା ହୋଇଥିଲା ବେଳେ ବିଶେଷ କରି ମହିଳାମାନେ ନିଜ ହାତରେ ବା ମସ୍ତକରେ ଚିତା କୁଟାଉଥିଲେ । ମାତ୍ର ପୁଅ-ଝିଅ ବୟସ ନିର୍ବିଶେଷରେ ସମସ୍ତେ ଏବେ ଚିତା କୁଟାଇବାରେ ମାତିଛନ୍ତି । ଏପରିକି ଶରୀରର ବିଭିନ୍ନ ସ୍ଥାନରେ ନିଜ ନାମଠାରୁ ଆରମ୍ଭ କରି ପ୍ରିୟ ଫୁଲ, ଜୀବଜନ୍ତୁ, ପ୍ରିୟ ଦେବତା, ପ୍ରିୟଜନ କି ପ୍ରେମସାଥୀଙ୍କ ନାଁ କିମ୍ବା ଛବି ମଧ୍ୟ ଆଙ୍କିବାକୁ ଆଗ୍ରହ ବଢ଼ିବାରେ ଲାଗିଛି ।

ତେବେ ଆୟାର୍ଲାଣ୍ଡ ଅନ୍ତର୍ଗତ ବେଲଫାଷ୍ଟର ଜଣେ ମହିଳା ନିଜ ଆଖିର ଡୋଳାରେ ଚିତା କୁଟାଇବାକୁ ଯାଇ ନିଜର ଦୃଷ୍ଟିଶକ୍ତି ହରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅନୟା ପିଟରସନ ନାମକ ଏହି ୩୨ ବର୍ଷୀୟା ୫ ସନ୍ତାନର ଜନନୀ ଜଣକ ତାଙ୍କର ଜଣେ ପ୍ରଶଂସକଙ୍କ ଦ୍ୱାରା ଉତ୍ସାହିତ ହୋଇ ୨୦୨୦ ଜୁଲାଇରେ ନିଜ ଡ଼ାହାଣ ଆଖିଡୋଳାକୁ ନୀଳରଙ୍ଗର ଟାଟ୍ଟୁ କରିବା ପାଇଁ ମନ ବଳାଇଥିଲେ । ସେଥିପାଇଁ ତାଙ୍କୁ ଆଖିରେ ଭୀଷଣ କଷ୍ଟ ସାଙ୍ଗକୁ ମୁଣ୍ଡ ବିନ୍ଧିବା ପରି ଅସୁସ୍ଥତାକୁ ସହିବାକୁ ପଡ଼ିଥିଲା । ତେବେ ଏହି ଚିତାକୁଟା ପ୍ରକ୍ରିୟା ଚାଲୁଥିବା ବେଳେ ତାଙ୍କର ଜଣେ ୭ବର୍ଷର ଝିଅ ଏହାକୁ ବାରଣ କରିଥିବା ବେଳେ ଅନୟା କାହା କଥା ଶୁଣିନଥିଲେ । ଏପରିକି ଏହାର ପାଞ୍ଚ ମାସ ପରେ ସେ ତାଙ୍କର ବାମ ଆଖିରେ ମଧ୍ୟ ଅନୁରୂପ ଚିତା କୁଟାଇଥିଲେ । ତେବେ ଗତ ଅଗଷ୍ଟ ମାସରୁ ତାଙ୍କ ଆଖି ଦୁଇଟି ଫୁଲିବା ଆରମ୍ଭ କରିବା ସହ ଧୀରେ ଧୀରେ ଅନୟାଙ୍କୁ ତାଙ୍କର ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ହରାଇବାକୁ ପଡ଼ିଛି ।