ଅସୁରକ୍ଷିତ କଟକ ବଡ ମେଡିକାଲ

ଅସୁରକ୍ଷିତ କଟକ ବଡ ମେଡିକାଲ

ଅସୁରକ୍ଷିତ କଟକ ବଡ ମେଡିକାଲ

କଟକ : କଟକ  ବଡମେଡିକାଲ ରୁ କନ୍ୟା ଶିଶୁ ଅପହରଣ  ଘଟଣା ଅତ୍ୟନ୍ତ ଦୁଃଖଦାୟକ  ଏବଂ ସ୍ପର୍ଶ କାତର ପ୍ରସଙ୍ଗ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ କହିଛନ୍ତି । 

ପୁରୀର ତୋଫାନ ଜେନା ନାମକ ଜଣେ ବ୍ୟକ୍ତି ଗତ ଗୁରୁବାର ଦିନ ତାଙ୍କ ସ୍ତ୍ରୀ’ଙ୍କୁ ଆଣି କଟକ  ବଡ ମେଡିକାଲ ର ଲେବର ୱାର୍ଡ ରେ  ଭର୍ତ୍ତି କରାଇଥିଲେ । ସେ ଭଦ୍ର ମହିଳା ଗୁରୁବାର ଦିନ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ । ସେଥିରୁ  ଜଣେ ଜଣ୍ଡିସ ଆକ୍ରାନ୍ତ ବୋଲି କହି ଜଣଙ୍କୁ ଆଇ. ସି. ୟୁକୁ ନିଆଗଲା । ଆଇ.ସି.ୟୁକୁ ନେବାର କିଛି ସମୟ ପରେ ମେଡିକାଲ ପକ୍ଷରୁ ତପନ ଜେନାଙ୍କୁ କୁହାଗଲା ଯେ ତାଙ୍କର ଶିଶୁ କନ୍ୟାଟି ଚୋରି  ହୋଇଯାଇଛି ।

 ଏହି ଚାଞ୍ଚଲ୍ୟକର ଘଟଣା କଟକ ବଡ ମେଡିକାଲ ର ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ଥ ସୁରକ୍ଷା ବ୍ୟବସ୍ଥାର ଚିତ୍ର ପ୍ରଦାନ କରୁଛି । ଆଗରୁ ସରକାରୀ ଡାକ୍ତରଖାନାରେ ଦଲାଲ ମାତିଛନ୍ତି  ବୋଲି ଗଣମାଧ୍ୟମ ସମ୍ବାଦ ପରିବେଷଣ କରୁଥିଲେ । ଏବେ ପିଲାଚୋର ମାତିଛନ୍ତି ବୋଲି ପ୍ରମାଣିତ । ଏହି ପିଲା ଚୋରି ପାଇଁ ଅମ୍ଭେ କାହାକୁ ଦାୟୀ କରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।  ଓଡିଶା ଲୋକ କଟକ ବଡ  ଡାକ୍ତରଖାନା କୁ ଆସିବାକୁ ଭୟ କରୁଛନ୍ତି । ସରକାର ତୁରନ୍ତ ଚୋରି ହୋଇଥିବା ପିଲାକୁ ଉଦ୍ଧାର, ଅପରାଧୀକୁ  ଆଇନ ଅନୁଯାୟୀ ଦଣ୍ଡ ସହ ସରକାରୀ ଡାକ୍ତରଖାନାକୁ ଦଲାଲ ଓ ଚୋରଙ୍କ ଠାରୁ ମୁକ୍ତ ରଖିବାକୁ ଶ୍ରୀ ଚୌଧୁରୀ ଦାବି ରଖିଛନ୍ତି ।