ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ
ଭୁବନେଶ୍ୱର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ରାଜ୍ୟରେ ଶୋର ଛାୟା ଖେଳିଯାଇଛି । ପିପିଲି ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ ଗଣେଶୀ ଲାଲ । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବି ଶୋକ ପ୍ରକାଶ କରିଛନ୍ତି । ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି ଯେ ‘ ଅଜିତଙ୍କ ଦେହାନ୍ତ ଜାଣି ମୁଁ ଦୁଃଖିତ , ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ବିଶ୍ୱାସ ନକରିବା ଭଳି ଖବର, ଅଜିତ ଭାଇ ଜଣେ ମୋର ବନ୍ଧୁ ଥିଲେ । ସେ ଜଣେ ଭଲ ସାମାଜିକ କର୍ମୀ ଥିଲେ । ଏହା ଓଡିଶା ପାଇଁ ଏକ କ୍ଷତି ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶୋକ ପ୍ରକାଶ କରିଛନ୍ତି । ସେହିପରି ପିପିସି ସଭାପତି ନିରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଶୋକସନ୍ତପ୍ତ ଜଣାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ଗଭୀର ଶୋକପ୍ରକାଶ କରିଛନ୍ତି । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧରୀ ଶୋକସନ୍ତପ୍ତ ଜଣାଇଛନ୍ତି । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି ଯେ, ଏହି ଦୁଃଖକୁ ଗ୍ରହଣ କରି ହେଉ ନାହିଁ । କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ବେଳେ ସ୍ୱର୍ଗତ ମଙ୍ଗରାଜ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଡେଲାଙ୍ଗ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସ୍ଥିତିରେ କିଛି ଉନ୍ନତି ନହେବାରୁ ପରବର୍ତୀ ସମୟରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସଦତମ ସୂଚନାନୁଯାୟୀ ଆପୋଲୋରେ କରୋନା ସହ ଲଢି ତାଙ୍କର ମୃତୁ୍ୟ ଘଟିଛି । ଆସନ୍ତା ୧୭ରେ ପିପିଲିରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଚାର ପାଇଁ ହାତରେ ମାତ୍ର ୨୪ ଘଂଟା ସମୟ ଥିଲା । ତେବେ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ନିର୍ବାଚନ ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କ ବିୟୋଗ ହୋଇଥାଏ । ସେ କ୍ଷେତ୍ରରେ ନିର୍ବାଚନ ଘୁଂଚିଥାଏ । ଏନେଇ ଇସିଆଇ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ନିର୍ବାଚନ ଘୁଂଚିବା ଏକରକମ ସ୍ପଷ୍ଟ ହୋଇଯାଇଛି ।