ଅଜାଣତରେ ବିଷ ପିଇଦେଲେ ୪ ଶିଶୁ
ଭଦ୍ରକ : ଖେଳୁ ଖେଳୁ ବିଷ ପିଇଦେଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା । ଗୁରୁତରଙ୍କ ମଧ୍ୟରେ ଦୁଇ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳରୁ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁର ୪ ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ବିଲ ରେ ପଡିଥିବା ଆକ୍ଟିଭ ୮୦ ନାମକ ଏକ ହର୍ବାଲ ପଏଜନ କୁ ୪ ଶିଶୁ ପିଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଆଚରଣ ଦେଖି ମେଡିକାଲ ଆଣିଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି ।