୩ ମାସ ଯାଏଁ ଯାଞ୍ଚ ହେବନି: ମନ୍ତ୍ରୀ
୩ ମାସ ଯାଏଁ ଯାଞ୍ଚ ହେବନି: ମନ୍ତ୍ରୀ
admin
Sep 25, 2019 - 09:32
Updated: Sep 25, 2019 - 09:32
ଭୁବନେଶ୍ୱର: ଟ୍ରାଫିକ ଯାଞ୍ଚକୁ ନେଇ ଡରୁଥିବା ସାଧାରଣ ଲୋକଙ୍କୁ ପୁଣି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ୩ ମାସ ଯାଏଁ ପଲୁ୍ୟସନ ଓ ଇନସୁ୍ୟରାନ୍ସ ଯାଞ୍ଚ ହେବ ନାହିଁ । ବୁଧବାର ପୁଣି ଏହା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଆସନ୍ତା ୩ ମାସ ଯାଏଁ ପଲୁ୍ୟସନ ଓ ଇନସୁ୍ୟରାନ୍ସ ଯାଞ୍ଚ ହେବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି । ଅନ୍ୟପକ୍ଷରେ ଅକ୍ଟୋବର ପହିଲାରୁ ପଲୁ୍ୟସନ ଅନଲାଇନରେ ହେବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ୟ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଥିଲା ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଥିଲା ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଥିଲେ । ତେବେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା । ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବଡ଼ ଘୋଷଣା କରିଥିଲେ ।
ଆସନ୍ତା ୩ ମାସ ପର୍ୟ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ସେହିପରି କଠୋର ନହୋଇ ଜନସାଧାରଣଙ୍କୁ ବୁଝାଇବାକୁ ମଧ୍ୟ କହିଥିଲେ । ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଟ୍ରାଫିକ ନିମୟକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ତେବେ ଟ୍ରାଫିକ ଡକୁ୍ୟମେଣ୍ଟ ୩ ମାସ କୋହଳ ସମ୍ପର୍କିତ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ ମାନବାଧିକାର କମିଶନ । ଏହି ସମୟ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ ସେଥିପାଇଁ କିଏ ଦାୟୀ ହେବ ବୋଲି କମିଶନ ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ ଲାଇସେନ୍ସ ଓ ବୀମା ନଥିବା ବ୍ୟକ୍ତି ୩ ମାସ ଗାଡ଼ି ଚଳାଇପାରିବେ କି ବୋଲି ପ୍ରଶ୍ନ କରିଥିଲେ । ଏହାଛଡ଼ା ଏହି ୩ ମାସ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ କିଏ ଦାୟୀ । ଡକୁ୍ୟମେଣ୍ଟ ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ । ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ବୋଲି ମାନବାଧିକାର କମିଶନ ପ୍ରଶ୍ନ କରିଥିଲେ ।