ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା

ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା

ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା

ନୂଆଦିଲ୍ଲୀ: ଚରମସୀମାରେ ପହଂଚିଛି ୟୁକ୍ରେନ୍-ଋଷ ସଙ୍କଟ । ୟୁକ୍ରେନ ଉପରେ ଆଟାକ ଆରମ୍ଭ କଲା ଋଷିଆ । ଆଜି ୟୁକ୍ରେନ ବିରୋଧରେ ଋଷିଆ ଯୁଦ୍ଧ ଘୋଷଣା କରିଛି । ସେନା ଅପରେସନ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଟଳିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ ପୁଟିନ କହିଛନ୍ତି ।

ପୁଟିନ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ଘୋଷଣା କରି ଏକ ବଡ ଧମକ ଦେଇଛନ୍ତି । ଯଦି କୌଣସି ବାହ୍ୟଶକ୍ତି ଏଥିରେ ହସ୍ତକ୍ଷେପ କରିବେ ତେବେ ତାଙ୍କୁ ପରିମାଣ ଭୋଗିବାକୁ ହେବ । ସମସ୍ତ ଜରୁରୀ ନିର୍ଣ୍ଣୟ ନିଆ ସରିଛି ବୋଲି ପୁଟିନ କହିଛନ୍ତି । ଏହି ବିବାଦ ଆମ ପାଇଁ ଜୀବନ-ମୃତ୍ୟୁର ପ୍ରଶ୍ନ ଅଟେ ବୋଲି ପୁଟିନ କହିଛନ୍ତି ।

 ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢୁଛି। ରୁଷିଆ ସେନା ୟୁକ୍ରେନ ସୀମାର ଖୁବ ନିକଟତର ବୋଲି ଜଣାଯାଇଛି ।   ୟୁକ୍ରେନ ସୀମା ଠାରୁ ମାତ୍ର ୨୦ କିିମି ଦୂରରେ ରୁଷିଆ ସେନା ରହିଥିବା ଜଣାଯାଇଛି ।  ଏକ ସାଟାଲାଇଟ ଦ୍ୱାରା ସଂଗୃହୀତ ଇମେଜରୁ ଏନେଇ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲାଋଷ ପଟୁ ସେନା ୟୁକ୍ରେନର ନିକଟତର ହୋଇଛି ।  ଦେଶବାହାରେ ସେନାବାହିନୀକୁ ମୁତୟନ ପାଇଁ ବି ରୁଷିଆ ସଂସଦ ଅନୁମତି ଦେଇଛି ।  ଗତକାଲି ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଏନେଇ ଅନୁମତି ଦେଇସାରିଛି ।  ବିଶ୍ୱର ପ୍ରମୁଖ ରାଷ୍ଟ୍ରର କଟକଣା ସତ୍ତ୍ୱେ ରୁଷ ଆଗକୁ ବଢୁଛି । 

ଅନ୍ୟପକ୍ଷରେ  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଂଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ ।

ତେବେ ରୁଷିଆ-ୟୁକ୍ରେନ ବିବାଦର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିବା ଆଶଙ୍କା କରାଯାଉଛି । ରୁଷିଆ-ୟୁକ୍ରେନ ବିବାଦ ଯୋଗୁ ପେଟ୍ରୋଲ ଓ ଡିଜେଲ ୭ରୁ ୮ଟଙ୍କା ବଢିବା ନେଇ ଆଶଙ୍କା କରାଯାଉଛି ।  ପେଟ୍ରୋଲ ଓ ଡିଜେଲ ସହ ଜାଳେଣି ଗ୍ୟାସ ଦାମ ମଧ୍ୟ ବଢିବା ଆଶଙ୍କା ରହିଛି ।  ରୁଷିଆ-ୟୁକ୍ରେନ ବିବାଦ ଯୋଗୁଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଟଙ୍କାର ନିକତର ।  ଅଶୋଧିତ ତୈଳ ୧ ଡଲାର ବଢିଲେ, ଲିଟର ପିଛା ୭୦/୮୦ ପଇସା ବଢିବ ।  ଓଷ୍ଟର୍ଣ୍ଣ ରୁଟ ଦେଇ ରୁଷିଆରୁ ଭାରତକୁ ତୈଳ ଆସିବା ସମ୍ଭାବନା କ୍ଷୀଣ ବୋଲି ଜଣାଯାଇଛି ।