ଶୋଇଥିବା ବେଳେ ବୃଦ୍ଧ ଜଳିଗଲେ

ଶୋଇଥିବା ବେଳେ ବୃଦ୍ଧ ଜଳିଗଲେ

ଶୋଇଥିବା ବେଳେ ବୃଦ୍ଧ ଜଳିଗଲେ
ରାଜକନିଆ: ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ ସିକୋ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖାଇ ପିଇ ଘରେ ଶୋଇଥିବା ବେଳେ ଡିବିରିରୁ ନିଅାଁ ଉଠି ଘର ଜଳିଯିବା ସହ ଏଥିରେ ପୋଡ଼ି ହୋଇ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ଭାଗିରଥୀ ସାହୁ (୮୮) । ଖବର ମୁତାବକ ସିକୋ ଗାଁର ଭାଗିରଥୀ ସବୁଦିନ ଭଳି ନିଜର ବଖୁରିକିଆ ଚାଳ ଘରେ ଶୋଇଥିଲେ । ରାତି ପ୍ରାୟ ୨ଟା ବେଳେ ଡିବିରିରୁ ନିଅାଁ ଉଠି ଘରଟି ହଠାତ ହୁତୁହୁତୁ ହୋଇ ଜଳିଥିଲା । ଏଣେ ନିଘୋଡ଼ ନିଦରେ ଭାଗିରଥୀ ଶୋଇଥିଲେ । ତେବେ ନିଅାଁ ତାତି ସାଙ୍ଗକୁ ଘରର ଜଳନ୍ତା ବାଉଁଶଖଣ୍ଡ ତାଙ୍କ ଉପରେ ପଡ଼ିବାରୁ ତାଙ୍କ ନିଦ ଭାଙ୍ଗିଯାଇଥିଲା ।