ରାଜ୍ୟରେ ଜୁନ୍ ୩୦ ଯାଏ ଖୋଲିବନି ଧର୍ମାନୁଷ୍ଠାନ ।

ରାଜ୍ୟରେ ଜୁନ୍ ୩୦ ଯାଏ ଖୋଲିବନି ଧର୍ମାନୁଷ୍ଠାନ ।

ରାଜ୍ୟରେ ଜୁନ୍ ୩୦ ଯାଏ ଖୋଲିବନି ଧର୍ମାନୁଷ୍ଠାନ ।
ଭୁବନେଶ୍ୱର: ସାମାଜିକ ଦୂରତା ରକ୍ଷା କରି ୮ ତାରିଖ ଠାରୁ ସାରା ଦେଶରେ ଏଏସଆଇ ମାନ୍ୟତା ପ୍ରାପ୍ତ ୮୨୦ ଟି ମନ୍ଦିର ଓ ଉପାସନା ପୀଠ ଖୋଲିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଓଡ଼ିଶାରେ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ୪୬ଟି ଉପାସନା ପୀଠ ଓ ମନ୍ଦିର ଖୋଲିପାରିଥାନ୍ତା । କିନ୍ତୁ କେନ୍ଦ୍ର ସରକାର ଖୋଲିବା ଅନୁମତି ଦେଇଥିଲେ ବି ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ମନ୍ଦିର ଓ ଉପାସନା ପୀଠ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଏହି ନିଷ୍ପତ୍ତି ନେଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସ୍ଥଳ, ଉପାସନା ପୀଠ ସମେତ ସପିଂ ମଲ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟ ଭିତରେ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକ ପାଇଁ କଟକଣା କୋହଳ କରାଯାଇଛି । ହୋଟେଲ ଗୁଡ଼ିକ କେବଳ ଲୋକମାନଙ୍କୁ ଖାଦ୍ୟ ପାର୍ସଲ ଓ ହୋମ ଡେଲିଭରି ପାଇଁ ଜମାଟୋ ଓ ସ୍ୱିଗି ଭଳି ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଛି । ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।