ମୋଦି-ଜେଲେନସ୍କି, ୩୫ମିନିଟ୍ ଫୋନ କଲ

ମୋଦି-ଜେଲେନସ୍କି, ୩୫ମିନିଟ୍ ଫୋନ କଲ

ମୋଦି-ଜେଲେନସ୍କି, ୩୫ମିନିଟ୍ ଫୋନ କଲ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି  । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୨ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ  ଲାଗିଛି । ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଅପରେଶନ-ଗଙ୍ଗା ଦ୍ୱାରା ସ୍ୱଦେଶ ଫେରାଇ ଅଣାଯାଉଛି ।


ତେବେ ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୫ମିନିଟ୍ ଧରି ଫୋନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାମ୍ପ୍ରତିକ ସ୍ଥିତି ନେଇ ଜେଲେନସ୍କିଙ୍କ ସହ ପ୍ରଧାମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ଭାରତୀୟଙ୍କୁ ଉଦ୍ଧାର ନେଇ ୟୁକ୍ରେନର ପଦକ୍ଷପ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁମିରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ନେଇ ସହଯୋଗ ଆଶା କରିଛନ୍ତି ମୋଦି । ଏହା ସହିତ ଋଷିଆ-ୟୁକ୍ରେନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପ୍ରଶଂସା କରିଛନ୍ତି ।