ମଡେ଼ଲର ଚା’ବାଲୀ ଷ୍ଟଲରେ ଲୋକଙ୍କ ଭିଡ଼

ମଡେ଼ଲର ଚା’ବାଲୀ ଷ୍ଟଲରେ ଲୋକଙ୍କ ଭିଡ଼

ମଡେ଼ଲର ଚା’ବାଲୀ ଷ୍ଟଲରେ ଲୋକଙ୍କ ଭିଡ଼

ଉତ୍ତରପ୍ରଦେଶସ୍ଥିତ ଗୋରଖପୁର ମହିଳା ଛାତ୍ରବାସ ନିକଟରେ ‘ମଡେ଼ଲର ଚା’ବାଲୀ’ ଷ୍ଟଲଟି ସକାଳ ୭ଟା ବେଳକୁ ଖୋଲାହୁଏ । ପାଖଆଖର ଲୋକଙ୍କ ଭିଡ଼ ମଧ୍ୟ ଜମେ । ଦୋକାନରେ ଚା’ ତିଆରି କରି ବିକ୍ରି କରୁଥିବା ଯୁବତୀ ସିମରନ ଗୁପ୍ତା ଦେଖିବାକୁ ଏକଦମ ମଡେ଼ଲର ଭଳି । କେବଳ ଦେଖିବାକୁ ନୁହଁ ସେ ବୃତ୍ତିରେ ଜଣେ ମଡେ଼ଲର । ୨୦୧୮ରେ ସିମରନ ‘ମିସ୍‌ ଗୋରଖପୁର’ ହେବା ପରେ ଦିଲ୍ଲୀ ଯାଇ ମଡେ଼ଲିଂ କଲେ । ସଫଳତା ପାଇବାକୁ ତାଙ୍କୁ ବେଶୀ ସମୟ ଲାଗିଲାନି । କୋଭିଡ଼-୧୯ ସମୟରେ କିନ୍ତୁ ତାଙ୍କ ହାତରୁ ସବୁ କାମ ଚାଲିଗଲା । ବାଧ୍ୟ ହୋଇ ସେ ଘରକୁ ଫେରିଲେ । ଘରେ ବସି କରିବେ କ’ଣ । ଦିବ୍ୟାଙ୍ଗ ଭାଇ, ବୟସ୍କ ବାପା ମା’ଙ୍କ ଦାୟିତ୍ୱ ନେବାକୁ ସେ ଅଣ୍ଟା ଭିଡ଼ିଲେ । ଘର ପାଖ ଛାତ୍ରବାସ ନିକଟରେ ଚା’ ଦୋକାନ ଆରମ୍ଭ କଲେ । ୨ ବର୍ଷ ତଳେ ଦିନକୁ ୪୦-୫୦ କପ ଚା’ ସିମରନ ବିକ୍ରି କରୁଥିଲେ ଏବେ ସଂଖ୍ୟା ବଢ଼ି ୨୫୦ରେ ପହଞ୍ଚିଲାଣି ।