ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ପିଲା
ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ପିଲା
କଟକ: ଆଜି ସକାଳୁ କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ସମାନ ବସ୍ରେ ପୂର୍ବରୁ ୨ ଥର ମଧ୍ୟ ସମାନ ଘଟଣା ଘଟି ସାରିଥିବା ବେଳେ ତାହାକୁ ଚେଞ୍ଜ କରାଯାଉ ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସୌଭାଗ୍ୟବଶତଃ ବସ୍ରେ ଥିବା ସବୁ ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।




admin 