ପ୍ଲାଜମା ଦାନ କରିବେ କିପରି

ପ୍ଲାଜମା ଦାନ କରିବେ କିପରି

ପ୍ଲାଜମା ଦାନ କରିବେ କିପରି
କଟକ: ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିବାକୁ ଚାହାନ୍ତି, ସେମାନେ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ନାମ ପଞ୍ଜୀକରଣ କରିପାରିବେ । ନାମ ପଞ୍ଜୀକରଣ ପରେ ପ୍ଲାଜମା ଦାତାଙ୍କୁ କାଉନସେଲିଂ କରାଯିବ ଓ ପରେ ସେମାନେ ପ୍ଲାଜମା ଦାନ କରିପାରିବେ । ଜଣେ ପ୍ଲାଜମା ଦାତାଙ୍କୁ ଦାନ କରିବାକୁ ଦୁଇ ଦିନ ସମୟ ଲାଗି । ଗୋଟିଏ ଦିନରେ ଦାତାଙ୍କ ପରୀକ୍ଷା କରାଯିବ ଏବଂ ପରବର୍ତ୍ତୀ ଦିନରେ କାଉନସେଲିଂ ଓ ପ୍ଲାଜମା ଗ୍ରହଣ କରାଯିବ । ଜଣେ ଦାତା କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରିପାରିବେ ବୋଲି ସୂଚନା ଦିଆଯାଇଛି । ଦୂରଦୂରାନ୍ତର ଆସୁଥିବା ଦାତାଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଜଣେ ଦାତାଙ୍କ ପିଛା ପାଖାପାଖି ୯ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ଯେଉଁମାନେ ଆେରାଗ୍ୟ ହେଲେଣି ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ସଚେତନ କରାଯିବ । ଅମ୍ପାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏନଡିଆରଏଫ ଯବାନମାନେ ଶୀଘ୍ର ସୁସ୍ଥ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ୫୦୦ ଯବାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରାଯିବ । ଜଣଙ୍କ ଠାରୁ ନିଆଯାଉଥିବା ୪୦୦ ମିଲିଲିଟର ପ୍ଲାଜମାରୁ ଦୁଇ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇପାରିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।