ପୁଣି ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୨୪୦ ସଂକ୍ରମିତ ଚିହ୍ନଟ
ପୁଣି ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୨୪୦ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି । ଗତ ୨୪ଘଣ୍ଟାରେ ଦେଶରେ ୭୨୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୮ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୪ହଜାର ୭୨୩କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୩୨ହଜାର ୪୯୮କୁ ହ୍ରାସ ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୪କୋଟି ୨୬ଲକ୍ଷ ୪୦ହଜାର ୩୦୧କୁ ବୃଦ୍ଧି ପାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି । ସଂକ୍ରମଣ ବୃଦ୍ଧି ଯୋଗୁ ହିମାଚଳ ପ୍ରଦେଶରୁ କେରଳ ପର୍ୟ୍ୟନ୍ତ ଦେଶର ୨୮ଟି ଜିଲାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରେଡ୍ ଜୋନ୍ ଘୋଷଣା ହୋଇଛି ।
ରେଡ ଜୋନ୍ରେ ହରିୟାଣା ଏବଂ ମହାରାଷ୍ଟ୍ରର ଚାରୋଟି ଜିଲା ଅନ୍ତର୍ଭୁକ୍ତ । ଏସବୁ ଜିଲାରେ ସାପ୍ତାହିକ ସଂକ୍ରମଣ ହାର ପାଂଚ ପ୍ରତିଶତରୁ ଅଧିକ ରହିଛି । ରାଜ୍ୟଗୁଡ଼ିକ ସହିତ ଏକ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଭାବିତ ରାଜ୍ୟମାନଙ୍କୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଅରୁଣାଚଳ ପ୍ରଦେଶ ସମେତ ସାତୋଟି ରାଜ୍ୟରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅରୁଣାଚଳ ପ୍ରଦେଶରେ ସର୍ବାଧିକ ୨୧.୪୩ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।




admin 