ପଂଚାୟତ ନିର୍ବାଚନ ପୂର୍ବରୁ ଆସିଲା ଏମିତି ନିୟମ

ପଂଚାୟତ ନିର୍ବାଚନ ପୂର୍ବରୁ ଆସିଲା ଏମିତି ନିୟମ

ପଂଚାୟତ ନିର୍ବାଚନ ପୂର୍ବରୁ ଆସିଲା ଏମିତି ନିୟମ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପୂର୍ବରୁ ବିଭାଗ ପକ୍ଷରୁ ଏକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଯୁଗରେ ଭୋଟଦାନ କାର୍ଯ୍ୟକ୍ରମକୁ କିଭଳି ପ୍ରଭାବିତ ନ କରି ହେବ ସେ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତିନାମା ପ୍ରକାଶ ପାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଚିଠା ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ନିୟମ ୨୦୨୧ ଅନୁଯାୟୀ ଭୋଟ ଗଣତି ସମୟରେ କୌଣସି ସ୍ଥିତି ସମ୍ପର୍କରେ ଏକ ଖବର ବାହାରକୁ ପ୍ରକାଶ କରାଯିବ ନାହିଁ । ପୂର୍ବରୁ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ (ପି୍ରଜାଇଡିଂ ଅଫିସର) ମାନେ ପଞ୍ଚାୟତ ଓ ବୁଥସ୍ତରରେ କିଏ କେତେ ଭୋଟ ବ୍ୟବଧାନରେ ଆଗେଇଛି ତାହା ଅବଗତ କରି ଦେଉଥିଲେ । ଏହା ଦ୍ୱାରା ଅନ୍ୟ ବୁଥ କେନ୍ଦ୍ର ଉପରେ ପ୍ରଭାବ ପଡୁଥିଲା । ଏମିତିକି କେତେକ ସ୍ଥାନରେ ଏଭଳି ଘଟଣାକୁ ନେଇ ଝାମେଲା ସୃଷ୍ଟି ହେବା ସହିତ କଥା ମାମଲା ପର୍ଯ୍ୟନ୍ତ ଯାଉଥିଲା । ଏହାବାଦ ଏବେ ସାମାଜିକ ଗଣମାଧ୍ୟମ ଯୁଗରେ ଭୋଟ ଦାନ ବେଳେ ଏଭଳି ଘୋଷଣା କରିବା ଦ୍ୱାରା ଭୋଟଦାନର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କେତେକ ନିର୍ବାଚନୀ ସଂସ୍କାର ଅଣାଯାଇଛି ।