ଦଳ ଉପରେ ନିଷ୍ପତ୍ତି ଛାଡିଲେ ସଚିନ ପାଇଲଟ୍

ଦଳ ଉପରେ ନିଷ୍ପତ୍ତି ଛାଡିଲେ ସଚିନ ପାଇଲଟ୍

ଦଳ ଉପରେ ନିଷ୍ପତ୍ତି ଛାଡିଲେ  ସଚିନ ପାଇଲଟ୍
ଜୟପୁର : ରାଜସ୍ଥାନର ଯୁବନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଦଳ ଏବଂ ସରକାର ପରିଚାଳନାକୁ ନେଇ ନିଜର ମତ ରଖିଛନ୍ତି । କିଏ ସରକାରରେ କାର୍ଯ୍ୟ କରିବ ଏବଂ କିଏ ଦଳ ପରିଚାଳନା କରିବ ଏହି ନିଷ୍ପତ୍ତି ବରିଷ୍ଠ ନେତୃବୃନ୍ଦଙ୍କର ବୋଲି ସଚିନ୍ ମତ ଦେଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏ ନେଇ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ପ୍ରତ୍ୟେକ ରାଜ୍ୟରେ ବ୍ୟବସ୍ଥାର ସୁପରିଚାଳନା ଦିଗରେ କାର୍ଯ୍ୟ କରିଥାନ୍ତି ଏବଂ ରାଜସ୍ଥାନ ସମସ୍ୟାର ସମାଧାନ ଖୁବ ଶୀଘ୍ର ବୋଲି ପାଇଲଟ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସଚିନ୍ ଏବଂ ୧୮ ବିଦ୍ରୋହୀ ବିଧାୟକ ଦଳରେ ଯୋଗ ଦେବା ପରେ ଏହି ତିନି ଜଣିଆ କମିଟି ଗତ ସପ୍ତାହରେ ଗଠନ କରାଯାଇଥିଲା ।