ଡିଏଫଓଙ୍କୁ ଜେରା କରୁଛି କ୍ରାଇମବ୍ରାଂଚ

ଡିଏଫଓଙ୍କୁ ଜେରା କରୁଛି କ୍ରାଇମବ୍ରାଂଚ

ଡିଏଫଓଙ୍କୁ ଜେରା କରୁଛି କ୍ରାଇମବ୍ରାଂଚ


ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନଙ୍କ ମୃତୁ୍ୟ ରହସ୍ୟ ଏଯାଏଁ ଫିଟି ପାରୁନାହିିଁ । ତେବେ କ୍ରାଇମବ୍ରାଂଚ ତଦନ୍ତ ଦାୟିତ୍ୱ ହାତକୁ ନେବା ପରେ ଛାନଭିନ ଜାରି ରଖିଛି  । ଏହି ପ୍ରସଙ୍ଗରେ ଅନେକ ଡିଏଫଓଙ୍କ ଭୂମିକାକୁ ନେଇ ପ୍ରଶ୍ନ କରୁଥିବାବେଳେ ଆଜି କ୍ରାଇମବ୍ରାଂଚ ଡିଏଫଓଙ୍କୁ ପଚରାଉଚରା ଆରମ୍ଭ କରିଛି  । ଡିଏଫଓ କି ତଥ୍ୟ ପ୍ରଦାନ କରିଛନ୍ତି ସେନେଇ କିଛି ଜଣାପଡ଼ିନାହିଁ  ।

ସୂଚନାଯୋଗ୍ୟଯେ, କ୍ରାଇମବ୍ରାଂଚ ତମାମ ଦିଗକୁ ଅନୁଶୀଳନ କରି ତଦନ୍ତ ଆଗକୁ ବଢ଼ାଇଛି  । ଏହି ପ୍ରସଙ୍ଗରେ ରୋଷେଇଆ, ସିକୁ୍ୟରିଟି ଗାଡର଼୍ଙ୍କ ଠାରୁ ନେଇ ଅନେକ ଲୋକଙ୍କୁ କ୍ରାଇମବ୍ରାଂଚର ଟିମ ପଚରାଉଚରା କରିସାରିଛି  । ଏପରିକି ସୌମ୍ୟଙ୍କ ଅର୍ଦ୍ଧଦଗ୍ଧ ଶରୀର ଡାକ୍ତରଖାନା ସ୍ଥାନାନ୍ତର ହେଉଥିବାବେଳେ ଉପସ୍ଥିତ ଥିବା ମହିଳା ପୁଲିସ ମମତା ପଣ୍ଡାଙ୍କୁ ବି ପଚରାଉଚରା କରାଯାଇଛି  । 

ଅପରପକ୍ଷରେ ପରିବାର ବର୍ଗ କିନ୍ତୁ ସିଧାସଳଖ ଡିଏଫଓଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି  । ବିଦ୍ୟାଭାରତୀ ଓ ଡିଏଫଓ ତାଙ୍କ ପୁଅକୁ ଜାଳି ମାରିଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି  । ତଥାପିବି ଡିଏଫଓଙ୍କୁ ପୁଲିସ ଜେରା କରିପାରିନଥିଲା  ।