ଟିକାର ମୂଲ୍ୟ ଘୋଷଣା କଲା ଆଷ୍ଟ୍ରାଜେନେକା, ଜାଣନ୍ତୁ କେତେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା!

ଟିକାର ମୂଲ୍ୟ ଘୋଷଣା କଲା ଆଷ୍ଟ୍ରାଜେନେକା, ଜାଣନ୍ତୁ କେତେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା!

ଟିକାର ମୂଲ୍ୟ ଘୋଷଣା କଲା ଆଷ୍ଟ୍ରାଜେନେକା, ଜାଣନ୍ତୁ କେତେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା!
ନୂଆଦିଲ୍ଳୀ : ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ ଟିକା ଆଷ୍ଟ୍ରାଜେନେକାର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଟିକାଟି ୭୦ ପ୍ରତିଶତ ଫଳପ୍ରଦ ବୋଲି ହୁ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ବେଳେ କମ୍ପାନୀ ପକ୍ଷରୁ ଟିକାଟି ୯୦ ପ୍ରତିଶତ ଫଳପ୍ରଦ ବୋଲି ଦାବି କରାଯାଉଛି । ଭାରତରେ ସେରମ ଇନଷ୍ଟିଚ୍ୟୁଟ ଏହି ଟୀକାର ନିର୍ମାଣ କରୁଥିବା ବେଳେ ଟିକାର ମୁଲ୍ୟ ପ୍ରକାଶ ପାଇଛି । ଭାରତରେ ପ୍ରଥମେ ଏହି ଟିକାର ବିତରଣ ହେବା ନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିକାର ମୂଲ୍ୟ ଦୁଇ ପ୍ରକାରର ରହିବ । ସରକାରଙ୍କ ପାଇଁ ଟିକାର ମୂଲ୍ୟ ୨୨୨ ଟଙ୍କା ରଖାଯାଇଥିବା ବେଳେ ବ୍ୟକ୍ତିଗତ ଭାବରେ ଲଗାଇଲେ ଟିକାର ମୂଲ୍ୟ ୧୦୦୦ ଟଙ୍କା ପାଖାପାଖି ରହିବ । ଅପରପକ୍ଷରେ ଋଷର ଟିକା ସ୍ପୁଟନିକ-ଭିର ମୂଲ୍ୟ ଆମେରିକୀୟ ଟିକା ଫାଇଜର ଏବଂ ମଡର୍ଣ୍ଣା ଠାରୁ କମ ରହିବ । ଭାରତର ଉଚ୍ଚତମ ତାପମାତ୍ରାରେ ଆଷ୍ଟ୍ର୍ରାଜେନେକା ସବୁଠାରୁ ଶ୍ରେଷ୍ଠ ବିକଳ୍ପ ରହିବ ବୋଲି କୁହାଯାଇଛି । ଏହି ଟିକାକୁ ୨-୮ ଡିଗ୍ରୀ ତାପାମାତ୍ରାରେ ସଂରକ୍ଷିତ ରଖାଯାଇଥାଏ ଯାହାକି ସମ୍ଭବ । ମାତ୍ର ଫାଇଜର ଟିକା ପାଇଁ -୭୦ ଡିଗ୍ରୀ ଏବଂ ସ୍ପୁଟନିକ ଭି ପାଇଁ -୧୮ ଡିଗ୍ରୀ ତାପମାତ୍ରା ଆବଶ୍ୟକ । ଭାରତୀୟ ଜଳବାୟୁରେ ଆଷ୍ଟ୍ରାଜେନେକା ସଠିକ ଭାବରେ ସମଗ୍ର ଦେଶରେ ପରିବହନ କରିହେବ । ଏହା ସହିତ ଏହି ଟିକାର ମୂଲ୍ୟ ଅପେକ୍ଷାକୃତ ଭାବରେ କମ ରହିଛି ତେଣୁ ୧୩୦ କୋଟି ଦେଶବାସୀଙ୍କ ପାଇଁ ଏହି ଟିକାର ବ୍ୟବହାର ଗ୍ରହଣଯୋଗ୍ୟ । ଫାଇଜର ଏବଂ ମଡର୍ଣ୍ଣା ଟିକାର ମୂଲ୍ୟ ବହୁତ ଅଧିକ ରହିବା ନେଇ ଆଶା ପ୍ରକାଶ କରାଯାଉଛି । ଉଭୟ କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବରେ ଏ ନେଇ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ ଫାଇଜର ଟିକାର ମୂଲ୍ୟ ୨୯୦୦ ଏବଂ ମଡର୍ଣ୍ଣା ଟିକାର ମୂଲ୍ୟ ୩୭୦୦-୫୪୦୦ ମଧ୍ୟରେ ରହିବ । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଫାଇଜର ଏବଂ ମଡର୍ଣ୍ଣା ଟିକାର ବ୍ୟବହାରକୁ ଖାରଜ କରି ଦିଆଯାଇଛି । ଆଷ୍ଟ୍ରାଜେନେକା/କୋଭିସିଲ୍ଡର ପରୀକ୍ଷଣ ସଫଳ ହୋଇଥିବା ବେଳେ ଭାରତ ବାୟୋଟେକର କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି । ଏହି ଟିକା ଗୁଡିକ ବ୍ୟବହାର ଉପଯୋଗୀ ହୋଇଥିବାରୁ ଅନ୍ୟ ଟିକାର ଆବଶ୍ୟକତା ପଡିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଡ. ରେଡ୍ଡୀ ଲାବ ପକ୍ଷରୁ ସ୍ପୁଟନିକ ଭିର ୧୦ କୋଟି ଡୋଜ ଅର୍ଡର କରାଯାଇ ସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଷ୍ଟ୍ରାଜେନେକା ସପକ୍ଷରେ ମତ ଦେଇଛି । ହୁ ର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଆଷ୍ଟ୍ରାଜେନେକାର ପ୍ରାରମ୍ଭିକ ରିପୋର୍ଟ ସନ୍ତୋଷ ଜନକ । ବର୍ତ୍ତମାନ ଟିକା ବାହାରି ସାରିଥିଲେ ମଧ୍ୟ ୭.୨ ବିଲିୟନ ଲୋକଙ୍କ ପାଇଁ ଟିକା ଉପôାଦନ ପ୍ରମୁଖ ଚ୍ୟାଲେଞ୍ଜ ରହିବ । ଏହି ଟିକାଟି ୯୦ ପ୍ରତିଶତ ଫଳପ୍ରଦ ମାତ୍ର ଏହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ ।