ଗଭୀର ଆତ୍ମ ବିଶ୍ୱାସ ବିଦ୍ୟାର୍ଥୀ ଙ୍କୁ ସଫଳତାର ମାର୍ଗ କୁ ଉନ୍ମୁକ୍ତ କରିଥାଏ

ଗଭୀର ଆତ୍ମ ବିଶ୍ୱାସ ବିଦ୍ୟାର୍ଥୀ ଙ୍କୁ ସଫଳତାର ମାର୍ଗ କୁ ଉନ୍ମୁକ୍ତ କରିଥାଏ

ଗଭୀର ଆତ୍ମ ବିଶ୍ୱାସ ବିଦ୍ୟାର୍ଥୀ ଙ୍କୁ ସଫଳତାର ମାର୍ଗ କୁ ଉନ୍ମୁକ୍ତ କରିଥାଏ
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ସ୍ଥିତ ଅସ୍ଥା ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ସ୍କୁଲ ପରିସର ରେ ଅନୁଷ୍ଟିତ ହୋଇଯାଇଛି । ସ୍କୁଲ ପି୍ରନ୍ସିପାଲ ବି ସରକାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ କାର୍ତିକେଶ୍ୱର ଲେଙ୍କା ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନୀଲମଣି ପଟେଲ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବରେ ସୁନୀତି ଜତି -ଅଧ୍ୟକ୍ଷ ପ୍ରଭାବତୀ ପବ୍ଲିକ ସ୍କୁଲ ଟିଟିଲାଗଡ ଯୋଗଦେଇ ଶୃଙ୍ଖଳାଗତ ଶିକ୍ଷା ବିଦ୍ୟାର୍ଥୀ କୁ ଉଚିତ ମାର୍ଗଦର୍ଶନ ଦେବା ସହ ଗଭିର ଆତ୍ମ ବିଶ୍ୱାସ ବିଦ୍ୟାର୍ଥୀ ଙ୍କୁ ସଫଳତାର ମାର୍ଗ ଦେଖାଇଥାଏ ବୋଲି ମତ ବ୍ୟକ୍ତକରିଥିଲେ । ପରେ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ପୁରସ୍କୃତ କରିଥିଲ । ଶେଷ ରେ ଛାତ୍ର ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା ।