କାଟେଗୋରୀ ‘ବି’ ଜିଲ୍ଲା ପାଇଁ ଗାଇଡଲାଇନ, ଜାଣନ୍ତୁ କଣ ଅଛି

କାଟେଗୋରୀ ‘ବି’ ଜିଲ୍ଲା ପାଇଁ ଗାଇଡଲାଇନ, ଜାଣନ୍ତୁ କଣ ଅଛି

କାଟେଗୋରୀ ‘ବି’ ଜିଲ୍ଲା ପାଇଁ ଗାଇଡଲାଇନ, ଜାଣନ୍ତୁ କଣ ଅଛି

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସ ଯେଉଁଠି ଗାଇଡୁରେଶ ଚନ୍ଦ୍ର ମହାପାତ୍ର ।  ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।  କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି ।  ଏହି ଅବସରରେ ସେ ଜୁଲାଇ  ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ  ସେ ସୂଚନା ଦେଇଛନ୍ତି ।  ଏଥିସହ ସଂକ୍ରମଣ କମିଥିବା କାଟୋଗରୀ  ‘ଏ’କୁ ଆଉ ୩ଜିଲ୍ଲା ଉନ୍ନୀତ ହୋଇଛି । ସେଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।  ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ କମିଥିବାରୁ କାଟୋଗରୀ  ‘ଏ’କୁ ଯାଇଛନ୍ତି ।  ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟୋଗରୀ  ‘ଏ’ରେ ସାମିଲ ହୋଇଛନ୍ତି । ବାକି ୧୦ ଜିଲ୍ଲା କାଟେଗୋରୀ ‘ବି’ରେ ସାମିଲ ହୋଇଛନ୍ତି । କାଟେଗୋରୀ ‘ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ ।  ସମ୍ପୃକ୍ତ ୧୦ଜିଲ୍ଲାରେ ମଲ, ପାର୍ଲର ଓ ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ ।  ସବୁ ଦୋକାନ ସକାଳ ୬ରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଟି ଗାଇଡଲାଇନ ଉଲ୍ଲଂଘନ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।  ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲବାକୁ ଅନୁମତି ଦିଆଯାଇଛି ।  ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ଦିଆଯାଇଛି ।  ଉଠାଦୋକାନୀ ଦୋକାନ ଖୋଲିପାରିବେ । ଜିନିଷ ପାର୍ସଲ ଦେବେ ।  କାଟେଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ ।  ତେବେ କାଟେଗୋରୀ ‘ବି’ରେ ଥିବା ଜିଲ୍ଲାରେ ବସ ଚଳାଚଳ ପାଇଁ ଏବେ ଅନୁମତି ନାହିଁ ।