କରୋନା ସମ୍ପର୍କରେ ସ୍କୁଲ ବୁଲି ସଚେତନ କରାଇଲେ ଗଣଶିକ୍ଷାମନ୍ତ୍ରୀ
କରୋନା ସମ୍ପର୍କରେ ସ୍କୁଲ ବୁଲି ସଚେତନ କରାଇଲେ ଗଣଶିକ୍ଷାମନ୍ତ୍ରୀ
admin
Mar 12, 2020 - 08:05
Updated: Mar 12, 2020 - 08:05
କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଭୟର ବାତାବରଣ । ତେବେ କରୋନା ସମ୍ପର୍କରେ ସଚେତନ କରିବାକୁ ସ୍କୁଲ ବୁଲିଲେ ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବାଂଟିଲେ ପେପର ସୋପ୍ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ଷ୍ଟ୍ରିପ୍ ବାଂଟିଛନ୍ତି । ତେବେ ଏନଜିଓ ଆଫୋର୍ଡ ସହାୟତାରେ ଏହା ବଂଟନ କରାଯାଇଛି । ପ୍ରଥମ କରି ଏହି ପେପର ସୋପ୍ ଷ୍ଟ୍ରିପ୍ କୁ କ୍ୟାପିଟାଲ ହସ୍ପିଟାଲରେ ବଂଟନ କରାଯାଇଛି । ଆଗକୁ ରାଜ୍ୟର ଅନ୍ୟ ସ୍କୁଲରେ ଏହାକୁ ବଂଟନ କରାଯିବ । ସ୍ୱଚ୍ଛତା ଅବଲଂବନ କଲେ କରୋନାକୁ ଅଧିକ ମୁକାବିଲା କରାଯାଇପାରିବ । ସେଥିପାଇଁ ବିଦ୍ୟାଳୟ ସ୍ତରରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ଅଧିକ ସଚେତନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର ।
ତେବେ ଓଡିଶାରେ କରୋନାକୁ ସେଭଳି କୌଣସି ମାମଲା ଏପର୍ୟ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍କୁଲ ମାନଙ୍କୁ ଏକ ଆଡଭାଇଜରି ମଧ୍ୟ ଜାରି କରାଯାଇସାରିଛି । ଯଦି ସ୍କୁଲରେ କୌଣସି ପିଲାର ମୁଣ୍ଡବିନ୍ଧା, ଥଣ୍ଡା ଓ କାଶ ଆଦି ହେଲେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ସଂମ୍ପର୍କ କରିବାକୁ କୁହାଯାଇଛି । ପିଲାଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏଥିପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଧିକ ଭୟଭୀତ ହେବା ଉଚିତ ନୁହେଁ । ପରାମର୍ଶ ଦେବା ସହ ଏନେଇ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ।