ଓରଫିସ୍’ର ଆବିର୍ଭାବ
ତାଇଵାନ୍ : ଏକ ବିରଳ ଘଟଣାକ୍ରମରେ ଦଳେ ସମୁଦ୍ର ବୁଡ଼ାଳି ତାଇଵାନ ଉପକୂଳରେ ଏକ ବିଶାଳ ଓରଫିସ ଠାବ କରିଛନ୍ତି। ତେବେ ଆସନ୍ନ ଭୂମିକମ୍ପର ସଂକେତ ରୂପେ ବିବେଚିତ ଏହି ସାମୁଦ୍ରିତ ମାଛ ଦେହରେ ରହିଥିବା ବିରାଟ ରହସ୍ୟମୟ ଗର୍ତ୍ତ ସେମାନଙ୍କୁ ଚକିତ କରିଛି। ତାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି।
ତାଇଵାନ୍ର ରୁଇଫାଙ୍ଗ ଉପକୂଳ ସମୁଦ୍ରରେ ଠାବ ହୋଇଥିବା ଏହି ଓରଫିସ୍ ଦେହର ରହସ୍ୟମୟ ଗର୍ତ୍ତକୁ ମଧ୍ୟ ବୁଡ଼ାଳିମାନେ ଛୁଇଁବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଓରଫିସ୍ଟି ସାଢ଼େ ୬ ଫୁଟ ଲମ୍ବା ହୋଇଥିବା ବେଳେ ସେହି ପ୍ରଜାତିର ମାଛମାନେ ସର୍ବାଧିକ ୩୬ ଫୁଟ ଲମ୍ବ ଯାଏ ବଢୁଥିବାର ନଜିର ରହିଛି।




user1 