ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ସୁଖମୟ ଦାମ୍ପତ୍ୟ ଜୀବନ
ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ସୁଖମୟ ଦାମ୍ପତ୍ୟ ଜୀବନ
ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ ହେଲେ ଜୀବନ ସୁଖମୟ ହୋଇଥାଏ। ତେଣୁ ସଭିଏଁ ନିଜ ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ଇଚ୍ଛା କରନ୍ତି। ଅନେକ ଥର ଇଚ୍ଛା ନଥାଇ ମଧ୍ୟ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ। ଜୀବନରେ ସମସ୍ୟା ଆସିଥାଏ। ବାସ୍ତୁ ନିୟମ ସଠିକ ନରହିବା ଦ୍ୱାରା ଜୀବନରେ ସମସ୍ୟା ଆସିଥାଏ। ବାସ୍ତୁ ଦୋଷ ପାଇଁ ଜୀବନରେ ଅଶାନ୍ତି, ଦୁଃଖ ରହିଥାଏ। ଦମ୍ପତିଙ୍କ ମଧ୍ୟରେ କଳହ, ଆର୍ଥିକ କ୍ଷେତ୍ରରେ ସମସ୍ୟା, ମାନସିକ ଦୁଶ୍ଚିନ୍ତା ହୋଇଥାଏ।
ତେବେ ଭୁଲ୍ ଦିଗରେ ମୁଣ୍ଡ କରି ଶୋଇଲେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କଦାପି ପଶ୍ଚିମ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ। ଏହି ଦିଗ ଶୟନ ପାଇଁ ସଠିକ ନୁହେଁ। ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଜୀବନରେ ସମସ୍ୟା ଆସିଥାଏ। ମସ୍ତିଷ୍କ ଭାରି ହେବା ଭଳି ଅନୁଭବ ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ସମସ୍ୟା ଓ କଳହ ହୋଇଥାଏ। ଜୀବନରୁ ସୁଖଶାନ୍ତି ଦୂରେଇ ଯାଇଥାଏ। ପରିବାରରେ ଅଶାନ୍ତି ଲାଗି ରହେ।
ବାସ୍ତୁ ଶାସ୍ତ୍ରରେ ଶୟନ ପାଇଁ ସଠିକ ଦିଗ ବର୍ଣ୍ଣନା କରାଯାଇଛି। ଏହି ଅନୁସାରେ ଦମ୍ପତିଙ୍କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ବୈଜ୍ଞାନିକଙ୍କ ଦୃଷ୍ଟି କୋଣରୁ ମଧ୍ୟ ଦକ୍ଷିଣ ଦିଗକୁ ଉତ୍ତମ କୁହାଯାଏ। କାରଣ ଚୁମ୍ବକୀୟ ଶକ୍ତିର ପ୍ରବାହ ଦକ୍ଷିଣରୁ ଉତ୍ତର ଆଡକୁ ହୋଇଥାଏ। ଫଳରେ ଏହାର ସକରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ। ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସି ଭରି ହୋଇ ରହିବା ସହ ସୁଖମୟ ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ। ଆର୍ଥିକ ସମସ୍ୟା ହୋଇନଥାଏ।




admin 