ଏକେ-୪୭ ଧରି ଜଗି ରହିଛନ୍ତି ୪୦ ସୁରକ୍ଷାକର୍ମୀ, ଜାଣନ୍ତୁ କେଉଁ କାରଣ ପାଇଁ

ଏକେ-୪୭ ଧରି ଜଗି ରହିଛନ୍ତି ୪୦ ସୁରକ୍ଷାକର୍ମୀ, ଜାଣନ୍ତୁ କେଉଁ କାରଣ ପାଇଁ

ଏକେ-୪୭ ଧରି ଜଗି ରହିଛନ୍ତି ୪୦ ସୁରକ୍ଷାକର୍ମୀ, ଜାଣନ୍ତୁ କେଉଁ କାରଣ ପାଇଁ

ମାଲକାନଗିରି : ଚାରି ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ତାଲିକାରେ ମାଓ କମାଣ୍ଡର ହିଡ଼ମା । ମୁଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ରଣନୀତି ପ୍ରସ୍ତୁତିରେ ବିଶେଷଜ୍ଞ ଏହି ଦୁର୍ଦ୍ଧାନ୍ତ ମାଓନେତା ଏବେ ଏକ ନମ୍ବର ପ୍ଲାଟୁନର କମାଣ୍ଡର । କରୋନା ସଂକ୍ରମଣ କମିବା ପରେ ନିଜ ପ୍ଲାଟୁନ ସଜାଡ଼ିବା ଆରମ୍ଭ କରିଛନ୍ତି । ସବୁବେଳେ ସତର୍କ ଏବଂ ପ୍ରସ୍ତୁତ ହୋଇ ରହୁଥିବା ବେଳେ ସଂଗଠନରେ ସାଥୀଙ୍କ ପ୍ରତି ଆଚରଣ କେମିତି ତାହା ଏବେ ସାମ୍ନାକୁ ଆସିଛି । କିଛି ଦିନ ତଳେ ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ସୁନ୍ଦରୀ ଏବଂ ମଞ୍ଜୁ ସବୁ ଭିତିରି କଥା ପ୍ରକାଶ କରିଛନ୍ତି । ଛତିଶଗଡ଼ ବିଜାପୁର ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ ଜନ୍ମିତ ହିଡ଼ମା ପାଠପଢ଼ାରେ ସବୁବେଳେ ଆଗୁଆ ରହି ଆସୁଥିଲେ । ମାତ୍ର ୧୦ ବର୍ଷ ବୟସରେ ସଂଗଠନ ପ୍ରତି ଆକର୍ଷିତ ହୋଇ ବାଲ ସଂଗମରେ ଯୋଗ ଦେଇଥିଲେ । ଏହାରି ମଧ୍ୟରେ ସଂଗଠନରେ ୨୮ ବର୍ଷ ହୋଇ ସାରିଲାଣି । ଅପରାଧ ଏବଂ ଆତଙ୍କର ତାଲିକା ବହୁତ ଲମ୍ବା । ସୁନ୍ଦରୀଙ୍କ କହିବା ହେଲା, ସଂଗଠନରେ ସବୁଠାରୁ ଚତୁର ଓ ସାହସୀ ନେତା ଭାବେ ହିଡ଼ମା ପରିଚିତ । ଥରେ ହମଲା ପାଇଁ ନିଷ୍ପତ୍ତି ନେଲେ ଯେତେ ପ୍ରତିବନ୍ଧକ ଥିଲେ ବି ପଛଘୁଞ୍ଚା ଦିଏନାହିଁ ।