ଇଏ ଜୁମ୍‌ଲା ନୁହେଁ; ମହା ଜୁମ୍‌ଲାଙ୍କ ସରକାର: ରହୁଲ

ଇଏ ଜୁମ୍‌ଲା ନୁହେଁ; ମହା ଜୁମ୍‌ଲାଙ୍କ ସରକାର: ରହୁଲ

ଇଏ ଜୁମ୍‌ଲା ନୁହେଁ; ମହା ଜୁମ୍‌ଲାଙ୍କ ସରକାର: ରହୁଲ

ନୂଆଦିଲ୍ଲୀ: ୧୮ ମାସରେ ଦେଶର ୧୦ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗର ସ୍ଥିତି ସମୀକ୍ଷା କରିବା ପରେ ନିଯୁକ୍ତି ଆରମ୍ଭ କରିବାକୁ କହିଥିବା ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଥିଲା। ହେଲେ ଇଡି ଜେରାର ଅଧାରୁ ବାହାରକୁ ଆସିଥିବା ରାହୁଲ ଗାନ୍ଧି ଏହି ନିଯୁକ୍ତି ଘୋଷଣାକୁ ମହା ଜୁମଲା କହି ଟ୍ୱିଟ କରିଛନ୍ତି।

ରାହୁଲ ଟ୍ୱିଟ କରି କହିଛନ୍ତି ଯେ ଯେମିତି ୮ ବର୍ଷ ତଳେ ଯୁବଗୋଷ୍ଠୀଙ୍କୁ ବର୍ଷକୁ ୨ କୋଟି ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ଏବେ ସେଭଳି ଭାବେ ୧୦ ଲକ୍ଷ ସରକାରୀ ଚାକିରି ଦିଆଯିବ। ଏହା ଜୁମଲା ନୁହେଁ, ମହା ଜୁମଲାର ସରକାର। ପ୍ରଧାନମନ୍ତ୍ରୀ ଚାକିରି ସୃଷ୍ଟି କରିବା ପାଇଁ ନୁହେଁ, ଚାକିରି ଉପରେ ନ୍ୟୁଜ ତିଆରି କରିବାରେ ବେଶ ପାରଙ୍ଗମ।ଇୟଗ୍ଦ ଭଚ୍ଚ

ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା ରାହୁଲଙ୍କୁ ସୋମବାର ଇଡି ପ୍ରାୟ ୯ ଘଣ୍ଟା କାଳ ଜେରା କରିଥିଲା। ଏହାପରେ ଆଜି ପୁଣିଥରେ ତାଙ୍କୁ ଦିନ ୧୧ଟାରୁ ଜେରା କରାଯାଉଛି। ୨ୟ ରାଉଣ୍ଡ ଜେରା ବେଳେ ରାହୁଲଙ୍କୁ କିଛି ସମୟ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ଲଞ୍ଚ ବ୍ରେକରେ ଆସି ସେ ନିଯୁକ୍ତି ଘୋଷଣାକୁ ମହା ଜୁମଲା କହିଛନ୍ତି। ସେହିପରି ଲଞ୍ଚ ବ୍ରେକ ପରେ ସେ ପୁଣି ଇଡିରେ ଜେରା ପାଇଁ ହାଜର ହୋଇଛନ୍ତି।