ଆଇଏନ୍ଏସ୍ ରଣବୀରରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ସହିଦ
ଆଇଏନ୍ଏସ୍ ରଣବୀରରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ସହିଦ
ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ଘଟିଛି ଅଘଟଣ। ଏହି ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀ ସହିଦ ହୋଇଥିବା ସୂଚନା ମିଳିଛି । ଉଦ୍ଧାର ଓ ନିଆଁ ଲିଭା କାର୍ୟ୍ୟ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍ ରଣବୀର ନୌସେନାର ମୁମ୍ବାଇ ଡକୟାର୍ଡରେ ଥିବା ବେଳେ ଏହି ଘଟଣା ଘଟିଛି । ଏହି ଯୁଦ୍ଧ ତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି ଯାଇଥିଲା ।
ତେବେ କ୍ରୁ ସଦସ୍ୟଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ବିସ୍ଫୋରଣ ସତ୍ତ୍ୱେ ତୋପରେ କୌଣସି ପ୍ରକାରର ବିଶେଷ ସାମଗ୍ରୀ ଜନିତ କ୍ଷତି ହୋଇନାହିଁ । ବିସ୍ଫୋରଣର କାରଣ ଜଣାପଡିନି । କିନ୍ତୁ ଘଟଣାର ବୋର୍ଡ ଅଫ ଇନକ୍ୱାରୀ ନିଦେ୍ର୍ଧଶ ଦିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି ।




admin 