ବାଣୀବିହାର କ୍ୟାମ୍ପସରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ବାଣୀବିହାର କ୍ୟାମ୍ପସରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର : ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସରେ ଝୁଲନ୍ତା ଅବସ୍ଥାରେ କ୍ୟାମ୍ପସ ଭିତରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ଏବେ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 ଗୁରୁବାର ଦିନ ସକାଳ ସମୟରେ ବାଣୀବିହାର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଗଛରେ ଗାମୁଛା ସହ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା । ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଏପରିକି କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ସେପଟେ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।