ବସ୍ ଓଲଟି ୧୫ ଯାତ୍ରୀ ଆହତ

ବାରିପଦା: ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ପୂର୍ବାହ୍ନ ୧୦ଟା ୧୫ମିନିଟ ସମୟରେ ଓଲଟି ପଡ଼ିଥିଲା। ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସ୍ୟାମ ହରାଇ ବସ୍ଟି ରାସ୍ତା ପାର୍ଶ୍ବକୁ ଓଲଟିପଡି ଏକ ଗଛ ଦେହରେ ପିଟିହେବା ଫଳରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର ବାରିପଦା ସଦର ଥାନା ଅଧୀନ ରଙ୍ଗାମାଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଥିବାରୁ ତୁରନ୍ତ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବସରେ ପିଲାମାନେ ଆହାତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।