୨୫ ଲକ୍ଷ ଟିକା ଓ ୩୦ ହାଜର ସିଲିଣ୍ଡର ଦାବି କଲା ଓଡିଶା

୨୫ ଲକ୍ଷ ଟିକା ଓ ୩୦ ହାଜର ସିଲିଣ୍ଡର ଦାବି କଲା ଓଡିଶା

 ୨୫ ଲକ୍ଷ ଟିକା ଓ ୩୦ ହାଜର ସିଲିଣ୍ଡର ଦାବି କଲା ଓଡିଶା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ୨୫ ଲକ୍ଷ ଟିକା ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ରଠାରେ ଓଡିଶା ଦାବି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ବୈଠକ ପରେ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ୨ୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ସେଥିପାଇଁ ଓଡିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ । ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ, ୩୦ ହଜାର ସିଲିଣ୍ଡର ଦିଆଯାଉ । ରାପିଡ୍ ଆଂଟିଜେନ କିଟ୍, ପିପିଇ କିଟ୍, ମାସ୍କ ମଧ୍ୟ ଦେବାକୁ ଓଡିଶା ଦାବି କରିଛି । କେନ୍ଦ୍ରମନ୍ତ୍ରୀ ଓଡିଶାର ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ନବ ଦାସ କହିଛନ୍ତି ।