+୨ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ

+୨ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ

 +୨ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା  ଆରମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଇନଷ୍ଟାଣ୍ଟ ପରୀକ୍ଷା ହେବ । ଦୁଇ ଦିନ ଯାଏଁ ଏହି ପରୀକ୍ଷା ଚାଲିବ । ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ଏସବୁ ପରୀକ୍ଷାରେ ପାସ୍ ମାର୍କ ରଖି କେବଳ ଗୋଟିଏ ବିଷୟରେ ଫେଲ୍‌ ହୋଇଛନ୍ତି ସେମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ । ଆଜି ପ୍ରଥମ ଦିନରେ ସମସ୍ତ ଥିଓରୀ ବିଷୟରେ ପରୀକ୍ଷା ହେବ ଏବଂ ୧୪ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ପରୀକ୍ଷା ଚାଲିବ । କେବଳ ବାୟୋଲୋଜି ବିଷୟ ଲାଗି ୨୦ ମିନିଟ୍ ଅଧିକ ସମୟ ଦିଆଯିବ ।

ଏହି ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ । ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୧୬୦୦ ମଧ୍ୟରେ ରହିଛି । ପରୀକ୍ଷା ଶେଷ ହେବା ପରେ ସେପ୍ଟେମ୍ବର ୨୫ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୨୪ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିଥିଲା । ୨୫ ଏବଂ ୨୬ ତାରିଖରେ ପରୀକ୍ଷା ଫର୍ମ ପୂରଣ  ଫି ପୈଠ କରାଯାଇଥିଲା । ପ୍ରାକ୍ଟିକାଲ ନଥିବା ବିଷୟ ଲାଗି ୫୨୦ ଟଙ୍କା ଓ ପ୍ରାକ୍ଟିକାଲ ଥିଲେ ୫୬୦ ଟଙ୍କା ଫି ପୈଠ କରିଥିଲେ ଛାତ୍ରଛାତ୍ରୀ