ନବବଧୂଙ୍କ ଦରପୋଡା ମୃତଦେହ ଉଦ୍ଧାର

ନବବଧୂଙ୍କ ଦରପୋଡା ମୃତଦେହ ଉଦ୍ଧାର

 ନବବଧୂଙ୍କ ଦରପୋଡା ମୃତଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ: ବଢ଼େଇ ପଡ଼ା ଗାଁରେ ଘର ଭିତରୁ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ୱାମୀ ତାଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଆଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ଦୀର୍ଘ ୮ବର୍ଷ ତଳେ ଗାଁ କାଳୁ ପଡା ଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇ ପଡା ଗାଁର ଦାମୋଦର ବିଶ୍ବାଳଙ୍କୁ ବିବାହ କରିଥିଲେ । ଗୋଟେ ଝିଅ ଜନ୍ମ ହୋଇ ମରିଯାଇଥିବାବେଳେ ଆଉ କୋଣସି ପିଲା ନହେବା କାରଣରୁ ଦୀର୍ଘ ଦିନ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ସେହି କାରଣରୁ ନିଜେ ସ୍ଵାମୀ ସ୍ତ୍ରୀକୁ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୀତାଞ୍ଜଳି ବିଶ୍ୱାଳ । ଖବର ପାଇବା ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।