ଦେଶରେ ୨୪ ଘଂଟାରେ ୨ ହଜାର ୧୨୩ ଜଣଙ୍କ ମୃତୁ୍ୟ
ଦେଶରେ ୨୪ ଘଂଟାରେ ୨ ହଜାର ୧୨୩ ଜଣଙ୍କ ମୃତୁ୍ୟ
admin
Jun 8, 2021 - 05:17
Updated: Jun 8, 2021 - 05:17
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଦେଶରେ ଆଜି ୧ ଲକ୍ଷ ତଳକୁ ସଂକ୍ରମଣ ସଂଖ୍ୟା ଖସିଛି । ଦୀର୍ଘ ୬୬ ଦିନ ପରେ ବୈନିକ ସଂକ୍ରମଣ ଲକ୍ଷେ ତଳକୁ ଖସିଲା । ଆଜି ଆମ ଦେଶରେ ଗୋଟିଏ ଦିନରେ ୮୬ ହଜାର ୪୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨ ହଜାର ୧୨୩ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୬ ହଜାର ୪୭୩ ରେ ପହଂଚିଛି । ଦେଶରେ ୧୩ ଲକ୍ଷ ୦୩ ହଜାର ୭୦୨ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୨୩ କୋଟି ୬୧ ଲକ୍ଷ ୯୮ ହଜାର ୭୨୬ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।