୨୫ ଆପ ବିଧାୟକ ନିଖୋଜ

୨୫ ଆପ ବିଧାୟକ ନିଖୋଜ

୨୫ ଆପ ବିଧାୟକ ନିଖୋଜ

ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି  । ଦିଲ୍ଲୀର ଆମ ଆଦମୀ ପାର୍ଟିର ୨୫ ବିଧାୟକଙ୍କ ପତା ମିଳୁନାହିଁ  । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡାକିଥିବା ବୈଠକରେ ବିଧାୟକମାନେ ଅନୁପସ୍ଥିତ ଥିଲେ । ସେମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ସେମାନଙ୍କ ପତା ମିଳୁନାହିଁ  । ଯାହା ଏବେ ଦିଲ୍ଲୀ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରାଯାଉଛି । ଅନ୍ୟ ରାଜ୍ୟ ଭଳି ଦିଲ୍ଲୀର ବିଧାୟକମାନେ ନିଖୋଜ ଘଟଣା ଏକ ଭିନ୍ନ ବାର୍ତା ଦେଉଛି  । ସେମାନେ କେଜ୍ରିୱାଲଙ୍କ ବିରୋଧରେ ବିଦ୍ରୋହ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି  । କେତେକ ରାଜନୀତିକ ସମୀକ୍ଷକମାନେ ଏଭଳି ଅନୁମାନ କରୁଛନ୍ତି  । ଅପରପକ୍ଷରେ ଆପ ବିଧାୟକଙ୍କ ନିଖୋଜ ଘଟଣାକୁ ଆପ ନେତାମାନେ ସ୍ୱୀକାର କରିଛନ୍ତି  । ଏମିତିକି ବିଜେପି ଏଭଳି ଷଡ଼ଯନ୍ତ୍ର କରିଥାଇପାରେ ବୋଲି ନେତାମାନେ କହୁଛନ୍ତି  ।