ସବୁ ଅଧିକାରୀ କରୋନାକୁ ମୂଳ ଦାୟିତ୍ୱର ଅଂଶଭାବେ ଜ୍ଞାନ କରନ୍ତୁ : ମୁଖ୍ୟମନ୍ତ୍ରୀ

ସବୁ ଅଧିକାରୀ କରୋନାକୁ ମୂଳ ଦାୟିତ୍ୱର ଅଂଶଭାବେ ଜ୍ଞାନ କରନ୍ତୁ : ମୁଖ୍ୟମନ୍ତ୍ରୀ

ସବୁ ଅଧିକାରୀ କରୋନାକୁ ମୂଳ ଦାୟିତ୍ୱର ଅଂଶଭାବେ ଜ୍ଞାନ କରନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।  ଟିକାକରଣ ଅଭିଯାନକୁ ବି ଜୋରଦାର କରୁଛନ୍ତି ।  ଏହା ସତ୍ତ୍ୱେ ଅଧିକାଂଶ ଅଞ୍ଚଳରେ କରୋନା ସଂକ୍ରମଣ କମୁନି । ତେବେ କରୋନା କାଳରେ ଯେମିତି ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିଛନ୍ତି ।  ଆଜି କୋଭିଡ ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ ହେଉଛି ସ୍ୱାସ୍ଥ୍ୟ ସେବା ।  ଜିଲ୍ଲା ହସପିଟାଲ ଠାରୁ ଆରମ୍ଭ କରି ସିଏଚସି ପର୍ଯ୍ୟନ୍ତ ସବୁଠି ନଜର ରଖିବା  ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ । ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାୟିତ୍ୱ ।  ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶଭାବେ ଜ୍ଞାନ କରନ୍ତୁ ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହାଛଡ଼ା ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିଲେ ହେଁ ଆତ୍ମସନ୍ତୋଷଜନକ ନୁହେଁ । ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।