ଶୁକ୍ରାଣୁ ନିରୂପଣ ଯନ୍ତ୍ର

ଶୁକ୍ରାଣୁ ନିରୂପଣ ଯନ୍ତ୍ର

ଶୁକ୍ରାଣୁ ନିରୂପଣ ଯନ୍ତ୍ର
ବୋଷ୍ଟନସ୍ଥିତ ହାଭାର୍ଡ ମେଡିକାଲ ସ୍କୁଲର ଦଳେ ଗବେଷକ-ବିଜ୍ଞାନୀ ପରିମାଣ ନିରୂପଣ ପାଇଁ ଏକ ଅତ୍ୟାଧୁନିକ ଯନ୍ତ୍ର ବିକଶିତ କରିଛନ୍ତି । ଏହାକୁ ସ୍ମାର୍ଟ ଫୋନରେ ଖଞ୍ଜୀ ବ୍ୟବହାର କରି ହେବ । ଏହି ପଦ୍ଧତିରେ ମିଳୁଥିବା ତଥ୍ୟ ଅଠାନବେ ପ୍ରତିଶତ ସଠିକ ହେଉଥିବା ଗବେଷକଙ୍କ ଦାବି । ଏହା ଶସ୍ତା । ମାତ୍ର ପାଂଚ ସେକେଣ୍ଡରେ ଶୁକ୍ରାଣୁ ପରିମାଣ ନିରୂପଣ ସମ୍ଭବ । କୌଣସି ତାମିଲ ନନେଇ ଘରେ ଏହାକୁ ବ୍ୟବହାର କରିହେବ । ଏହା ଦ୍ୱାରା ଜଣେ ପୁରୁଷ ନିଜର ପ୍ରଜନନ କ୍ଷମତା ସଂକର୍ପରେ ଜ୍ଞାନ ହାସଲ କରି ପାରିବ । ଚିକିତ୍ସା ବିଶେଷଜ୍ଞଙ୍କ ନିକଟକୁ ଯିବାର ସଙ୍କୋଚ କିମ୍ବା ଭୟ ସମସ୍ୟା ନାହିଁ । ଉଲ୍ଲେଖଯୋଗ୍ୟ, ଏବେ ବିଶ୍ୱର ବାର ପ୍ରତିଶତ ଅର୍ଥାତ ପ୍ରାୟ ତିରିଶ ନିୟୁତ ପୁରୁଷ ପ୍ରଜନନ ଅକ୍ଷମତାର ଶିକାର । ଜର୍ନାଲ ସାଇନ୍ସ ଟ୍ରାନ୍ସନେସନାଲ ମେଡିସିନ ପତ୍ରିକାରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି ।