ରାଜସ୍ଥାନରେ ୨ ବିଏସପି ନେତା ହଟହଟା: ଜୋତାମାଳ ପିନ୍ଧାଇ ପରେଡ଼ କରାଇଲେ କର୍ମୀ

ରାଜସ୍ଥାନରେ ୨ ବିଏସପି ନେତା ହଟହଟା: ଜୋତାମାଳ ପିନ୍ଧାଇ ପରେଡ଼ କରାଇଲେ କର୍ମୀ

ରାଜସ୍ଥାନରେ ୨ ବିଏସପି ନେତା ହଟହଟା: ଜୋତାମାଳ ପିନ୍ଧାଇ ପରେଡ଼ କରାଇଲେ କର୍ମୀ
ଜୟପୁର : ରାଜସ୍ଥାନରେ ୨ ଜଣ ବିଏସପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଏବଂ ସେମାନଙ୍କ ମୁହଁରେ କଳା ବୋଳି ପାର୍ଟି ଅଫିସ ବାହାରେ ପ୍ୟାରେଡ କରାଯାଇଛି । ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ବଜେଟ୍ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି କିଛି ବିଏସପି କର୍ମୀ ୨ ବିଏସ୍ପି ନେତା ରାମଜୀ ଗୌତମ (ଜାତୀୟ ସଂଯୋଜକ) ଏବଂ ଦଳର ପୂର୍ବତନ ରାଜ୍ୟ ବିଭାଗ ମୁଖ୍ୟ ସୀତାରାମଙ୍କୁ ଜୋତାମାଳ ପିନ୍ଧାଇବା ସହ ସେମାନଙ୍କ ମୁହଁରେ କଳା ବୋଳି ପାର୍ଟି ଅଫିସ ବାହାରେ ପ୍ୟାରେଡ କରାଇଥିଲେ । କର୍ମୀମାନେ ମଧ୍ୟ ରାମଜୀ ଗୌତମଙ୍କୁ ଏକ ଗଧ ଉପରେ ବସାଇ ପାର୍ଟି ଅଫିସ ବାହାରେ ପରେଡ କରାଇଥିଲେ । ଜଣେ ବିଏସ୍ପି କର୍ମୀ କହିଛନ୍ତି, ଆମ କର୍ମୀମାନେ ଲଗାତାର ୫ ବର୍ଷ ଧରି ପରିଶ୍ରମ କରିବେ କିନ୍ତୁ ଶେଷରେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନଙ୍କୁ ଟିକେଟ ମିଳିବ । ଏ ସଂକ୍ରାନ୍ତରେ ଆମେ ପୂର୍ବରୁ ମଧ୍ୟ ୩ ଥର ବିଦ୍ରୋହ ପ୍ରଦର୍ଶନ କରିଥିଲୁ । କିନ୍ତୁ ନେତାମାନେ ଆମ ଦୁଃଖ ସଂକ୍ରାନ୍ତରେ ବିଏସପି ମୁଖ୍ୟ ମାୟାବତୀଙ୍କୁ କିଛି ଅବଗତ ନ କରିବାରୁ ଆମେ ଏଭଳି ପଦକ୍ଷେପ ନେଉଛୁ ବୋଲି କର୍ମୀ ଜଣଙ୍କ କହିଛନ୍ତି । ଏଭଳି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମାୟାବତୀ କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ । ଏହି ଘଟଣା ପାଇଁ ମାୟାବତୀ କଂଗ୍ରେସକୁ ଦାୟୀ କରିଛନ୍ତି । ଉକ୍ତ ଘଟଣା ପରେ ମାୟାବତୀ ବିଏସପିର ରାଜ୍ୟ କମିଟିକୁ ଭାଙ୍ଗି ନେଇଛନ୍ତି ଏବଂ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ଏ ଟ୍ୱିଟ୍ କରି ମାୟାବତୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ପ୍ରଥମେ ଘୋଡ଼ା ବେପାର କରୁ୍ଥିଲା କିନ୍ତୁ ଏବେ ଏହା ରାଜସ୍ଥାନରେ ବିଏସପି ନେତାଙ୍କୁ ଆକ୍ରମଣ କରିବାରେ ସମ୍ପୃକ୍ତ ରହୁଛି ।