ରାଜଧାନୀରେ ବେଲଗାମ କରୋନା

ରାଜଧାନୀରେ ବେଲଗାମ କରୋନା

ରାଜଧାନୀରେ ବେଲଗାମ କରୋନା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ହୁ ହୁ ହୋଇ ବଢୁଛି କରୋନା  । ରାଜଧାନୀରେ ବେଲଗାମ ହେଲାଣି କରୋନା ସଂକ୍ରମଣ । ଦୈନିକ ପଜିଟିଭ୍ ହାର ପ୍ରବଳ ବଢୁଥିବାରୁ  ଭୁବନେଶ୍ୱରରେ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରୁଛି ବିଏମ୍ସି । ଏହା ସହିତ ଖୋର୍ଦ୍ଧାରେ ନାଇଟ କର୍ଫୂ ମଧ୍ୟ ବଳବତ୍ତର ରହିଛି । ତଥାପି ସବୁ କଟକଣାକୁ ଭେଦ କରି ଖୋର୍ଦ୍ଧାରେ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ଦୈନିକ ସଂକ୍ରମଣରୁ ଖୋର୍ଦ୍ଧା ଓ ସୁନ୍ଦରଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । 

ାଜି ରାଜ୍ୟରେ ୮ହଜାର ୭୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୦୯୬ଜଣ ରହିଥିବାବେଳେ ୩୬୮୨ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୭୯୨ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

 

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୨୬୧୫, ଅନୁଗୁଳରୁ ୧୦୭, କଟକରୁ ୭୬୬, ବାଲେଶ୍ୱରରୁ ୨୩୧, ବରଗଡରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୨, ଦେବଗଡରୁ ୨୫, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୧୪, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୪୬, କେନ୍ଦୁଝରରୁ ୯୫, କେରାପୁଟରୁ ୧୬୧, ମାଲକାନାଗିରିରୁ ୧୨, ମୟୂରଭଞ୍ଜରୁ ୩୩୮, ନବରଙ୍ଗପୁରରୁ ୧୧୨, ନୟାଗଡରୁ ୭୫, ନୂଆପଡାରୁ ୬୭, ପୁରୀରୁ ୨୧୬, ରାୟଗଡାରୁ ୬୫, ସମ୍ବଲପୁରରୁ ୫୯୬, ସୋନପୁରରୁ ୮୭, ସୁନ୍ଦରଗଡରୁ ୧୨୫୨ଓ ରାଜ୍ୟପୁଲରୁ ୫୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।