ବ୍ୟବସାୟୀଙ୍କ ଉପରକୁ ବୋମାମାଡ

ବ୍ୟବସାୟୀଙ୍କ ଉପରକୁ ବୋମାମାଡ

ବ୍ୟବସାୟୀଙ୍କ ଉପରକୁ ବୋମାମାଡ


ଖୋର୍ଦ୍ଧା: ଜଟଣୀ ଥାନା କନ୍ତିଆରେ ଜଣେ ବ୍ୟବସାୟୀଙ୍କ ଉପରକୁ ଏହି ବୋମାମାଡ କରାଯାଇଥିବା ସୂଚନା  ମିଳିଛି ।  ବୋମାମାଡରେ ଅଜିତ କୁମାର ସାମନ୍ତରାୟ ନାମକ ବ୍ୟବସାୟୀ ଆହତ ହୋଇଛନ୍ତି । ଅଜିତଙ୍କ ଗୋଡ଼ ଉପରକୁ ବୋମା ମାଡ଼ ହୋଇଛି । ଏହି ବୋମାମାଡରେ ଗୁରୁତର ହୋଇଛନ୍ତି ଅଜିତ୍ । ଚିକିତ୍ସା ପାଇଁ ଅଜିତ୍‌କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।

ସୂଚନାଥାଉକି, ଜମିବାଡି ବିବାଦକୁ ନେଇ ବୋମାମାଡ କରାଯାଇଛି । ଏହି ଘଟଣାରେ ଜଟଣୀ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ସେପଟେ ବୋମାମାଡ ପରେ ଗାଁ ଏବେ ଲୋକଶୂନ୍ୟ ହୋଇପଡିଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।