ବେକାରୀଙ୍କୁ ଚାକିରୀ ଦେବେ ସୋନୁ

ବେକାରୀଙ୍କୁ ଚାକିରୀ ଦେବେ ସୋନୁ

ବେକାରୀଙ୍କୁ ଚାକିରୀ ଦେବେ ସୋନୁ
ମୁମ୍ବାଇ : ଲକଡାଉନ ସମୟରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ସୋନୁ ସୁଦ । ଏବେ ଏହି ଅଭିନେତା ଜଣଙ୍କ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସେ ଏକ ନୂଆ ଆପ ଲଂଚ କରିଛନ୍ତି । ଶିକ୍ଷିତ ବେକାରୀଙ୍କୁ ଚାକିରୀ ଖୋଜିବାରେ ଏବଂ ଗରିବ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ଲାପଟପ ଦେବାରେ ମଧ୍ୟ ସେ ସାହାଯ୍ୟ କରିବେ । ଏହି ଆପର ନାମ ସୋନୁଇଜମ ରଖାଯାଇଛି । ବିଦେଶରେ ମେଡ଼ିକାଲ ଶିକ୍ଷା ନେଉଥିବା ଗରିବ ଛାତ୍ରଛାତ୍ରୀଙ୍କୁ ଏହା ସାହାଯ୍ୟ କରିବ । ଏହାବ୍ୟତୀତ ସେ ପଞ୍ଜାବ ଇଞ୍ଜନିୟରିଂ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଜ ମା’ଙ୍କ ନାମରେ ଏକ ମେଧା ଛାତ୍ରବୃତି ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟଯେ, ସୋନୁ ଲକଡାଉନ ସମୟରେ ଅସୁବିଧାରେ ପଡ଼ିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ଯୋଗାଇବା ସହିତ ସେମାନଙ୍କୁ ଘରକୁ ପଠାଇବା ଲାଗି ଗାଡ଼ିର ବି ବ୍ୟବସ୍ଥା କରିଥିଲେ ।