ବିଜୁ ଏକ୍ସପ୍ରେସ୍‌ ୱେରେ ଜଳିଗଲା ଏଲ୍‌ପିଜି ବୋଝେଇ ଟ୍ରକ୍

ବିଜୁ ଏକ୍ସପ୍ରେସ୍‌ ୱେରେ ଜଳିଗଲା ଏଲ୍‌ପିଜି ବୋଝେଇ ଟ୍ରକ୍

ବିଜୁ ଏକ୍ସପ୍ରେସ୍‌ ୱେରେ ଜଳିଗଲା ଏଲ୍‌ପିଜି ବୋଝେଇ ଟ୍ରକ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜୁ ଏକ୍ସପ୍ରେସ ୱେରେ ଏକ ଏଲପିଜି ଗ୍ୟାସ ବୋଝେଇ ଟ୍ରକ୍ ଜଳିଯାଇଛି। ଝାରସୁଗୁଡ଼ାରୁ ରାଉରକେଲାକୁ ଯାଉଥିବା ଏଲପିଜି ବୋଝେଇ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ନିଆଁ ଲାଗିବା ଯୋଗୁଁ ଏଲପିଜି ଗ୍ୟାସ ବୋଝେଇ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ତେବେ ସୌଭାଗ୍ୟକ୍ରମେ ଟ୍ରକର ଡାଲା ସାଇଟରେ ନିଆଁ ଲାଗି ନଥିଲା। ଖବର ପାଇବା କ୍ଷଣି ବଡ଼ଗାଁ ଓ ସୁନ୍ଦରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ଅଛନ୍ତି।